ଭୁବନେଶ୍ବର: ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ଏହାର ଦୁଇ ନୂଆ ମଡେଲ୍ କାରୋକ୍ ଓ ରାପିଡ୍ ୧.୦ ଟିଏସ୍ଆଇର ପ୍ରାକ୍-ବୁକିଂ ଆରମ୍ଭ କରାଯାଇଛି। ଗ୍ରାହକମାନେ ଫେରସ୍ତ ଯୋଗ୍ୟ ୫୦ ହଜାର ଟଙ୍କା ଦେଇ ସ୍କୋଡାର ସ୍ବୀକୃତିପ୍ରାପ୍ତ ଡିଲରସିପ୍ରେ ଏହି ଗାଡ଼ିର ବୁକିଂ କରିପାରିବେ। ଅନ୍ୟଥା କଂପାନିର ୱେବସାଇଟ୍ରେ ମଧ୍ୟ ବୁକିଂ କରାଯାଇପାରିବ। ଯେଉଁ ଗ୍ରାହକମାନେ ଆଗୁଆ ବୁକିଂ କରିଥିବେ କଂପାନି ପକ୍ଷରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏପ୍ରିଲ୍ ୧୪ରୁ ମେ’ ୬ ତାରିଖ ଭିତରେ ଗାଡ଼ିର ଡେଲିଭରି ପ୍ରଦାନ କରାଯିବ। ଏହି ଅବସରରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦେଶକ ଜ୍ୟାକ୍ ହୋଲିସ୍ କହିଛନ୍ତି, ଆମର ଏସ୍ୟୁଭି ମଡେଲ୍ରେ ଗ୍ରାହକମାନେ ବିଳାସ ସହିତ କାର୍ ପାଇଁ ଦେଉଥିବା ଅର୍ଥର ମୂଲ୍ୟ (ଭାଲ୍ୟୁ ଫର୍ ମନି) ମଧ୍ୟ ପାଇପାରିବେ। କାରୋକ୍ ଏହାର ପରିବାର ଗାଡ଼ିର ମାନ୍ୟତା ବଜାୟ ରଖି ଭାରତରେ ସ୍କୋଡାର ସଫଳତାକୁ ଆଗକୁ ବଢ଼ାଇବ ବୋଲି ସେ କହିଛନ୍ତି। ସ୍କୋଡା ରାପିଡ୍ରେ ମଧ୍ୟ ୧.୦ ଟିଏସ୍ଆଇ ପେଟ୍ରୋଲ୍ ଇଞ୍ଜିନ ବ୍ୟବହାର କରାଯାଇଛି। ଏହି ବିଏସ-୬ ମଡେଲ ଗାଡ଼ି ଅତିରିକ୍ତ ଶକ୍ତି ସହିତ ଇନ୍ଧନ ମିତବ୍ୟୟିତା ପ୍ରଦାନ କରିବ ବୋଲି ସେ କହିଛନ୍ତି। ସ୍କୋଡା କାରୋକରେ ପାନୋରାମିକ ସନରୁଫ୍, ଏୟାର ବ୍ୟାଗ ଓ ସାତ ସ୍ପିଡ୍ ଅଟୋମେଟିକ ଟ୍ରାନ୍ସମିସନ ସୁବିଧା ରହିଛି।
ସ୍କୋଡା କାରୋକ୍ ଓ ରାପିଡ୍ ୧.୦ ଟିଏସ୍ଆଇର ପ୍ରାକ୍ ବୁକିଂ
/sambad/media/post_attachments/wp-content/uploads/2020/03/skoda-karoq-1024-min.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)