ପଟିଆର ଲକ୍ଷ୍ମୀ ବିହାର ଠାରେ ‘ସ୍ଲିପ୍‌ୱେଲ୍‌’ ଖୋଲିଲା ନୂଆ ସୋ’ରୁମ୍

ଭୁବନେଶ୍ବର : ସିଲା ଗ୍ରୁପ୍‌ର ପ୍ରମୁଖ କଂପାନି ତଥା ଦେଶର ଅଗ୍ରଣୀ ମାଟ୍ରେସ୍‌ ବିକ୍ରେତା ସ୍ଲିପ୍‌ୱେଲ୍‌ ତରଫରୁ ପଟିଆର ଲକ୍ଷ୍ମୀ ବିହାର ଠାରେ ଏକ ନୂଆ ରିଟେଲ୍‌ ଷ୍ଟୋର୍‌ ଖୋଲାଯାଇଛି। ଏହି ସୋ’ରୁମ୍‌ର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏଠାରେ ଗ୍ରାହକମାନେ କଂପାନିର ପ୍ରତିଟି ଉତ୍ପାଦକୁ ନିଜେ ପରଖିପାରିବେ। ‌ନିଜକୁ ସୁହାଇବା ଭଳି ଉତ୍ପାଦକୁ ଚୟନ କରିପାରିବେ। ଏହାକୁ ଆଜି କଂପାନିର ଇବିଓ ମୁଖ୍ୟ ଦେବଦୂତ ରାୟ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଆମର ଏହି ସୋ’ରୁମ୍ ଏହି ଅଞ୍ଚଳର ଗ୍ରାହକମାନଙ୍କୁ କିଣାକିଣି‌ କ୍ଷେତ୍ରରେ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ। ରାଜ୍ୟରେ ୩୨% ବଜାର ଅଂଶ ହାସଲ କରିଥିବା ସ୍ଲିପ୍‌ୱେଲ୍‌ର ଏହା ୧୫ତମ ‌ସୋ’ରୁମ୍। ସାରା ଭାରତରେ କଂପାନି ଏହାର ଉତ୍ପାଦକୁ ୧୦୦ରୁ ଅଧିକ ବିତରକ ଏବଂ ୬୫୦୦ ଡିଲର୍‌ଙ୍କ ଜରିଆରେ ବିକ୍ରି କରୁଛି। ଏହି ଅବସରରେ ହୋମ୍‌ ଡେକର ଫର୍ଣ୍ଣିସିଂ ସୋ’ରୁମ୍‌-ଓପୁଲେଣ୍ଟ୍‌ ଡେକର୍‌କୁ ମଧ୍ୟ ଉଦ୍‌ଘାଟନ କରାଯାଇଛି। ଏହା ହେଉଛି ହରିୟାଣା ହାଣ୍ଡ୍‌ଲୁମ୍‌ର ଏକ ଅଂଶ।

ସମ୍ବନ୍ଧିତ ଖବର