ଓଡ଼ିଶାରେ ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଶାଖା

ଭୁବନେଶ୍ବର: ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ ଓଡ଼ିଶାରେ ୧୯ଟି ଶାଖା ଖୋଲିଛି। ନିଯୁକ୍ତି ଏବଂ ପୁଞ୍ଜି ସୃଷ୍ଟି କରି ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଏହି ବ୍ୟାଙ୍କ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଗ୍ରାହକଙ୍କୁ ଯୋଗାଇ ଦେବ। ଏଥିସହିତ ଏଟିଏମ, ମୋବାଇଲ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ଭଳି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟାଙ୍କିଂ ସେବା ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରିବ। କୃଷକ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲାଗି ସେମାନଙ୍କୁ ଗୃହ ଋଣ, ବ୍ୟବସାୟ ଉଦ୍ଦେଶ୍ୟରେ ଗାଡ଼ି କ୍ରୟ ଋଣ ପ୍ରଦାନ କରିବ। ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏମଡି ତଥା ସିଇଓ ଗୋବିନ୍ଦ ସିଂହ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି, ଆସନ୍ତା ୬ରୁ ୭ମାସ ମଧ୍ୟରେ ଓଡ଼ିଶାରେ ଆଉ ୩୦ଟି ଶାଖା ଖୋଲିବ। ଗ୍ରାହକମାନଙ୍କୁ ୯ରୁ ୨୩% ପର୍ଯ୍ୟନ୍ତ ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ବ୍ୟାଙ୍କ ୨୦୨୦ ଡିସେମ୍ବର ବେଳକୁ ଆଇପିଓ ଆଣିବ। ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ତ୍ରିଲୋକନାଥ ଗୁପ୍ତା, ଦିବାଲକର ଦାସଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର