ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କ ଜବ୍‌ ଚାର୍ଟ ସଂଶୋଧନ

0 127

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ ପେମେଣ୍ଟ୍‌ ବ୍ୟବସ୍ଥା ପ୍ରଚଳନ ପରିପ୍ରେକ୍ଷୀରେ ଏହାକୁ ଅଧିକ ଫଳପ୍ରସୂ କରିବା ଲାଗି ଜିଲ୍ଲା ଓ ଉପଖଣ୍ଡରେ କାର୍ଯ୍ୟରତ ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କୁ ଏଥିରେ ସାମିଲ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀମାନଙ୍କ ଜବ୍‌ ଚାର୍ଟକୁ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିବା ପରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ସଂଶୋଧିତ ଜବ୍‌ ଚାର୍ଟ ଅନୁଯାୟୀ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀମାନେ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ନିଯୁକ୍ତ କରି ସ୍ୱଳ୍ପ ସଞ୍ଚୟ ଜମା ଲକ୍ଷ୍ୟ ପୂରଣ କରିବେ। ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ବ୍ୟାପକ ପ୍ରଚାରପ୍ରସାର ମଧ୍ୟ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.