ଆମାଜନ୍‌ରେ ‘ସନମ୍‌’ଙ୍କୁ ଖୋଜିଲେ ମହିଳା : ଗ୍ରାହକଙ୍କ ସହିତ ଫ୍ଲର୍ଟ କଲା ସପିଂ ସାଇଟ୍‌

ନୂଆଦିଲ୍ଲୀ : ଅନଲାଇନରେ ଅନେକ ପ୍ରକାରର ଜିନିଷ ବିକ୍ରି କରି ଗ୍ରାହକଙ୍କ ମନ ଜିତିଥିବା େଓ୍ଵବସାଇଟ ଆମାଜନ୍‌ ବର୍ତ୍ତମାନ ଏକ ଟୁଇଟ୍‌ ନେଇ ଚର୍ଚ୍ଚାରେ ରହିଛି। ନିଜର ଗ୍ରାହକଙ୍କୁ ମନପସନ୍ଦ ଜିନିଷ ଯୋଗାଇବା ସହ ତାଙ୍କର ଆବଶ୍ୟକତା ପୂରଣ କରିବାକୁ ସର୍ବଦା ଚାହିଁଥାଏ ଆମାଜନ । ତେବେ ନିକଟରେ ଜଣେ ମହିଳାଙ୍କ ପାଇଁ ଆମାଜନ୍‌ ‘ସନମ’ ଯୋଗାଇ ଦେଇଛି । ଆସନ୍ତୁ ଜାଣିବା କ’ଣ ରହିଛି ସଂପୂର୍ଣ୍ଣ ଘଟଣା ।
ଲୋକପ୍ରିୟ ସପିଂ ସାଇଟ ଆମାଜନ୍‌ ବର୍ତ୍ତମାନ କେବଳ ଗ୍ରାହକଙ୍କ ଆବଶ୍ୟକତା ପୂରା କରୁନାହିଁ ବରଂ ମହିଳାଙ୍କ ସହ ଫ୍ଲଟିଂ କରିବା ମଧ୍ୟ ଆରମ୍ଭ କରିଛି ।

oneindia

ନିକଟରେ ଜଣେ ମହିଳା ଆମାଜନର ଟୁଇଟର ଆକାଉଣ୍ଟରେ ତାଙ୍କର ମନମୁତାବକ ଜିନିଷ େଓ୍ଵବସାଇଟରେ ମିଳୁନଥିବାର ଅଭିଯୋଗ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଆମାଜନ ପକ୍ଷରୁ ତାଙ୍କୁ କ୍ଷମା ମାଗିବା ସହ ତାଙ୍କର ଆବଶ୍ୟକତା କ’ଣ ରହିଛି ପଚାରା ଯାଇଥିଲା।
ମହିଳା ଜଣଙ୍କ ହିନ୍ଦୀ ଗୀତର ଏକ ପଦ ଲେଖିବା ସହ ତାଙ୍କୁ ସନମ୍‌ ଦରକାର ଅଛନ୍ତି ବୋଲି କହିଥିଲେ । ଏହାପରେ ଆମାଜନ ମଧ୍ୟ ଚୁପ ରହିନଥିଲା ବରଂ ମହିଳାଙ୍କ ମନସ୍କାମନା ପୂରଣ କରିବାକୁ ଯାଇ ହିନ୍ଦୀ ସିନେମା ଗୀତ ଦ୍ୱାରା ପ୍ରତି ଉତ୍ତର ପ୍ରଦାନ କରିଥିଲା । ଆମାଜନ ମଧ୍ୟ ‘ଆଖା ଇଣ୍ଡିଆ ଜାନତା ହୈ’ ଗୀତ ମହିଳାଙ୍କ ଉଦ୍ଦେଶ୍ୟରେ ଲେଖିଥିଲା । ଟୁଇଟରରେ ମହିଳା ଏବଂ ଆମାଜନ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଲାପ ଚର୍ଚ୍ଚାର ବିଷୟ ପାଲିଟିଛି । ଏହା ପରେ ପରେ ଏହି ସମ୍ବନ୍ଧିୟ ଅନେକ ପ୍ରକାରର କଥା ଆମାଜନର ଟ୍ଵିଟର ପେଜରେ ଲେଖିଥିଲେ ଗ୍ରାହକ ।

ସମ୍ବନ୍ଧିତ ଖବର