ପାର୍ବଣ ଉପଲକ୍ଷେ ସୋଡେକ୍ସ ପକ୍ଷରୁ ଫେଷ୍ଟିଭ୍‌ ଗିଫ୍ଟ କାର୍ଡ

ଭୁବନେଶ୍ୱର : ସୋଡେକ୍ସ ଇଣ୍ଡିଆ  ପକ୍ଷରୁ ପ୍ରଥମ କରି ପାର୍ବଣ ଅବସରରେ ଲିମିଟେଡ୍‌ ଏଡିସନ୍‌ ଫେଷ୍ଟିଭ୍‌ ଗିଫ୍ଟ କାର୍ଡର ପ୍ରଚଳନ କରାଯାଇଛି। ଏହା ଭୁବନେଶ୍ୱରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପାଇଁ ଦିୱାଲୀ ଅବସରରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଏଥିରେ କର୍ମଚାରୀଙ୍କ ନାମ କମ୍ପାନୀର ନାମ ଆଦି ଉଲ୍ଲେଖ ରହିବ। ଏହା କର୍ମଚାରୀଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ। ସୋଡେକ୍ସ୍‌ ଅନନ୍ୟ ଗିଫ୍ଟିଂ ସମାଧାନ ଉପଲବ୍ଧ କରାଇଥାଏ। ସୋଡେକ୍ସ ପ୍ରିମିୟମ୍‌ ପାସ୍‌ ଗିଫ୍ଟ କାର୍ଡ ଆଇଡିଏପସି ବ୍ୟାଙ୍କ ସହିତ ମିଳିତ ହୋଇଛି। ଏହା ୨୦ ଲକ୍ଷ ରିଟେଲ ଆଉଟ୍‌ଲେଟ୍‌ରେ ଏବଂ ୯୦,୦୦୦ ରୁ ଅଧିକ ପୋର୍ଟାଲରେ ରୂପେ ନେଟ୍‌ ୱାର୍କରେ ଉପଲବ୍ଧ ହେବ। କର୍ମଚାରୀ ନିଜ ମନ ପସନ୍ଦର କାର୍ଡ ଚୟନ କରିପାରିବେ। ୫ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ଏସ୍‌ଏମଇରେ ଏଭଳି ଗିଫ୍ଟ କାର୍ଡ ଉପଲବ୍ଧ ହେବ।  ସୋଡେକ୍ସ୍‌ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶବ୍ୟାପି ଏହି ଯୋଜନା କାର୍ଯ୍ୟକାରୀ କରୁଛି। ଏଥି ପାଇଁ ଗ୍ରାହକଙ୍କୁ ବର୍ଷକୁ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା କମ୍ପାନୀ ସୋଡେକ୍ସ ସହାୟତାରେ ଆବଶ୍ୟକ ଗିଫ୍ଟିଂ ସମାଧାନ ଉପଲବ୍ଧ କରାଇବାକୁ ସକ୍ଷମ ହେବେ। ସୋଡେକ୍ସ୍‌ ଗିଫ୍ଟିଂ ରେ୍‌ ମଧ୍ୟରେ ସୋଡେକ୍ସ ପ୍ରିମିୟମ୍‌ ପାସ୍‌ ଭର୍ଚୁଆଲ କାର୍ଡ ଉପଲବ୍ଧ କରାଇବା ସହିତ ୨୪ ଘଣ୍ଚା ମଧ୍ୟରେ ମୋବାଇଲ୍‌ ଆପ୍‌ ପ୍ରେରଣ କରିବ। ଏଥି ପାଇଁ ବର୍ଷକୁ ୫୦୦୦ ଟଙ୍କା ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର