ବଜାରକୁ ଆସିବ ସୋଲାର୍‌ ଟିଭି

ଭୁବନେଶ୍ୱର: ସନ୍‌ କିଙ୍ଗ୍‌ ବ୍ରାଣ୍ଡ୍‌୍‌ ନାମରେ ସୌର ଶକ୍ତି ଚାଳିତ ସାମଗ୍ରୀ ବିକ୍ରି କରୁଥିବା ଗ୍ରିନ୍‌୍‌ଲାଇଟ୍‌ ପ୍ଲାନେଟ୍‌ ଖୁବ୍‌ଶୀଘ୍ର ଆଣିବ ସୋଲାର୍‌ ଟିଭି। ବିଦ୍ୟୁତ ଶକ୍ତି ନଥିବା ସମୟରେ ଏହି ଟିଭି ଚାଲିବ। କଂପାନି ୨୦ ଇଞ୍ଚ୍‌ର ସୋଲାର୍‌ ଟିଭି ଆଣିବାକୁ ଯୋଜନା ରଖିଛି ବୋଲି ଗ୍ରିନ୍‌ଲାଇଟ୍‌ ପ୍ଲାନେଟ୍‌ର ଖୁଚୁରା ବ୍ୟବସାୟ ମୁଖ୍ୟ ପ୍ରିୟବ୍ରତ ଦାସ କହିଛନ୍ତି। ଆଜି କଂପାନିର ଚାରିଟି ନୂଆ ସୋଲାର୍‌ ଲାଇଟ୍‌କୁ ଉନ୍ମୋଚନ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ସେହି ଲାଇଟ୍‌ଗୁଡ଼ିକ ହେଉଛି ସନ୍‌ କିଙ୍ଗ ପିକୋ ପ୍ଲସ୍‌, ପ୍ରୋ ୨୦୦, ପ୍ରୋ ୩୦୦ ଓ ପ୍ରୋ ୪୦୦। ଏଗୁଡ଼ିକର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହୋଇ ୨୬୯୯ ଟଙ୍କା ମଧ୍ୟରେ ରହିଛି। ଇଲେକ୍ଟ୍ରିକ୍‌ କାର୍‌ଗୁଡ଼ିକରେ ବ୍ୟବହାର କରାଯାଉଥିବା ଲିଥିୟମ୍‌ ଏନ୍‌ଏମ୍‌ସି ବ୍ୟାଟେରିକୁ ଏଥିରେ ବ୍ୟବହାର କରାଯାଇଛି। ଗତବର୍ଷ କଂପାନି ଓଡ଼ିଶାରେ ୭୦ ହଜାରରୁ ଅଧିକ ସୋଲାର୍‌ ଲାଇଟ୍‌ ବିକ୍ରି କରିଥିଲା। ଏହି ନୂତନ ଉତ୍ପାଦ ଜରିଆରେ ବିକ୍ରି ପରିମାଣ ଦୁଇ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। କଂପାନି ପକ୍ଷରୁ ୫୪୯୯ ଟଙ୍କାରେ ସୋଲାର ଟେବୁଲ୍‌ ଫ୍ୟାନ୍‌ ମଧ୍ୟ ବିକ୍ରି କରାଯାଉଛି। ଏହି ଫ୍ୟାନ୍‌ରେ ୧୫ ଓ୍ଵାଟ୍‌ର ପ୍ୟାନେଲ୍‌ ଓ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ଏହା ୧୦ ଘଣ୍ଟାର ବ୍ୟାକ୍‌ ଅପ୍‌ ପ୍ରଦାନ କରୁଛି। ଶ୍ରୀ ଦାସ କହିଛନ୍ତି ଯେ ଆଗାମୀ ଦିନରେ ଆମେ ସୋଲାର୍‌ ପମ୍ପ୍‌ ଓ ଓ୍ଵାଟର୍‌ ହିଟର୍‌ ଆଣିବାକୁ ଯୋଜନା ରଖିଛୁ। ଗତବର୍ଷ କଂପାନି ଓଡ଼ିଶାରେ ୪୦ କୋଟି ଟଙ୍କାର କାରବାର ସହିତ ସାରା ଭାରତରେ ୨୦୦ କୋଟି ଟଙ୍କାରୁ ଅଧିକ କାରବାର କରିଥିଲା।

ସମ୍ବନ୍ଧିତ ଖବର