ସୋନାଲିକା ଟ୍ରାକ୍ଟର୍ସ ବିକ୍ରିରେ ରେକର୍ଡ ବୃଦ୍ଧି

ଭୁବନେଶ୍ବର,: ସୋନାଲିକା ଇଣ୍ଟରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍‌ ୨୦୧୮-୧୯ରେ ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏହା ୧୩.୮% ଅଭିବୃଦ୍ଧି ସହିତ ୧,୧୪,୦୫୭ଟି ଟ୍ରାକ୍ଟର ବିକ୍ରି କରିଛି। ରପ୍ତାନିରେ ମଧ୍ୟ କଂପାନି ୨୮.୯% ଅଭିବୃଦ୍ଧି ହାସଲ କରିଛି। କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷ ତୁଳନାରେ ଏଥର ଆମର କାରବାର ବହୁତ ଭଲ ରହିଛି। ଘରୋଇ ବଜାରରେ ଆମେ ୯୫,୯୭୬ ଟ୍ରାକ୍ଟର ବିକ୍ରି କରିଥିବା ବେଳେ ୧୮,୦୮୧ଟି ଟ୍ରାକ୍ଟର ରପ୍ତାନି କରିଛୁ।

ସମ୍ବନ୍ଧିତ ଖବର