ସୌକିନ ମାଟ୍ରେସ୍‌ ୫୦ ନୂଆ ସୋ’ରୁମ୍‌ ଖୋଲିବ

ଭୁବନେଶ୍ୱର: ଅନୁଗୁଳଠାରେ ସୌକିନ ଏକ୍ସକ୍ଲୁସିଭ୍‌ ମାଟ୍ରେସ୍‌ ସୋ’ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। କଂପାନିର ଏମ୍‌ଡି ସରୋଜ କୁମାର ପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି ଯେ, କଂପାନି ପକ୍ଷରୁ କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ୱର ଓ କେନ୍ଦୁଝର ଭଳି ସ୍ଥାନରେ ୫୦ଟି ସୋ’ରୁମ୍‌ ଖୋଲାଯିବ। ଆମର ଏଭଳି ଯୋଜନା ରହିଛି। ନୂତନ ସୋ’ରୁମ୍‌ରେ କଏର, ଫୋମ୍‌, ସାଣ୍ଡଓ୍ଵିଚ୍‌, ଲକ୍‌ଜୁରି, ଅର୍ଥୋ ଓ ସ୍ପାଇନ୍‌ କେୟାର ଭଳି ବିଭିନ୍ନ ବର୍ଗର ମାଟ୍ରେସ୍‌ ବିକ୍ରି କରାଯାଉଛି। ଏହା ହେଉଛି ଓଡ଼ିଶାର ଏକ ବ୍ରାଣ୍ଡ୍‌ ଯାହାକୁ ‘ମୋଷ୍ଟ ପ୍ରମିସିଂ ବ୍ରାଣ୍ଡ୍‌’ ପୁରସ୍କାର ମିଳିଛି। ମୂଲ୍ୟ, ଉତ୍ପାଦର ମାନ ଓ ଉନ୍ନତ ସେବା ଯୋଗୁଁ କଂପାନିର ଉତ୍ପାଦଗୁଡ଼ିକ ସବୁ ବର୍ଗର ଗ୍ରାହକଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। ନୂଆ ସୋ’ରୁମ୍‌ରେ ଗ୍ରାହକଙ୍କୁ ୪୦% ପର୍ଯ୍ୟନ୍ତ ରିହାତି, ମାଗଣା ଉପହାର, କ୍ୟାସ୍‌ ବ୍ୟାକ୍‌ ସହ ଏକ୍ସଚେଞ୍ଜ ଅଫର ପ୍ରଦାନ କରାଯାଉଛି। ଏହା ବ୍ୟତୀତ ତିନି ଦିନ ପାଇଁ ମେଗା ଲକି ଡ୍ର’ ରହିଛି।

ସମ୍ବନ୍ଧିତ ଖବର