ରାକ୍ଷୀ ପାଇଁ ବିଏସଏନଏଲର ସ୍ପେଶାଲ ଅଫର, ଘୋଷଣା କଲା ଏସଟିଭି-୩୯୯

ନୂଆଦିଲ୍ଲୀ : ରାକ୍ଷୀ ପୂର୍ଣିମା ଅବସରରେ  ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ରକ୍ଷାବନ୍ଧନ ଅଫର ଘୋଷଣା କରାଯାଇଛି । ଏହି ପ୍ଲାନର ନାଁ ରହିଛି ଏସଟିଭି-୩୯୯ । ଏହି ପ୍ଲାନରେ ଗ୍ରାହକଙ୍କୁ ଅନିଲିମିଟେଡ୍ କଲ୍, ଡାଟା ଏବଂ ଏସଏମଏସ୍ ମିଳିବ । ଏହି ପ୍ରିପେଡ୍ ପ୍ଲାନର ବୈଧତା ରହିବ ୭୪ ଦିନ ରଖାଯାଇଛି । ଆସନ୍ତା କାଲି ଅର୍ଥାତ ରକ୍ଷାବନ୍ଧନ ଦିନଠାରୁ ଏହାର ବୈଧତା ଆରମ୍ଭ ହେବ ।

ସବୁଠାରୁ ଖାସ୍ କଥା ହେଉଛି, ଏହି ପ୍ଲାନ ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଉପଲବ୍ଧ ହେବ। ସାଧାରଣତଃ ବିଏସଏନଏଲ ଅଫର ଗୁଡ଼ିକ ଦିଲ୍ଲୀ ଓ ମୁମ୍ବାଇରେ ଲାଗୁ ହୋଇନଥାଏ । କାରଣ ଏହି ଦୁଇଟି ମହାନଗରୀରେ ବିଏସଏନଏଲ ବଦଳରେ ଆଉ ଏକ ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ଏମଟିଏନଏଲ ସେବା ରହିଛି । ଏହା ସହ ଗ୍ରାହକଙ୍କୁ ମାଗଣାରେ କଲ୍ ମି ଟ୍ୟୁନର ସୁବିଧା ମିଳିବ। ଏଠାରେ ୟୁଜରଙ୍କୁ ଅନଲିମିଟେଡ୍ ଗୀତ ପରିବର୍ତ୍ତନ କରିବା ପାଇଁ ଅପସନ୍ ମିଳିବ ।

ସମ୍ବନ୍ଧିତ ଖବର