ଯୁବପିଢ଼ିଙ୍କ ପାଇଁ ଲଞ୍ଚ୍‌ ହେଲା ୨୦ହଜାର ଟଙ୍କିଆ ବାଇକ୍‌, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଆପଣ ହୋଣ୍ଡାର ନାଭି ବାଇକ୍‌ ନିଶ୍ଚୟ ଦେଖିଥିବେ । କିନ୍ତୁ ଏହି ବାଇକଟି ନାଭିଠୁ ବି ବହୁତ ଛୋଟ। ବୟସ୍କ ଓ ଯୁବପିଢ଼ି ଉଭୟଙ୍କୁ ଦୃଷ୍ଟିରେ ରଖି ଏହି ବାଇକ୍‌ ଲଞ୍ଚ୍‌ କରାଯାଇଛି। ଏହି ବାଇକୁ ଚୀନରେ ତିଆରି କରାଯାଇ ଭାରତୀୟ ବଜାରରେ ବିକ୍ରି କରାଯାଉଛି । ବାଇକରେ ୫୦ ସିସିର ୨ଷ୍ଟ୍ରୋକ, ସିଙ୍ଗିଲ ସିଲିଣ୍ଡର ଏୟାର-କୁଲ୍‌ଡ ପେଟ୍ରୋଲ ଇଞ୍ଜିନ୍‌ ରହିଛି । ଯାହାର ସର୍ବାଧିକ ପାୱାର ୨କେଡବ୍ଲୁ ଏବଂ ସର୍ବାଧିକ ଟର୍କ୍ୟୁ ୭୦୦ଆର ରହିଛି । ଏହି ଛୋଟିଆ ବାଇକ ପେଟ୍ରୋଲ ଦ୍ୱାରା ଚାଲିବ। ଏହାର ସର୍ବାଧିକ ବେଗ ୪୫ କିଲୋମିଟର ପ୍ରତି ଘଣ୍ଟା ରହିଥିବା ବେଳେ ମାଇଲେଜ ୭୦କିଲୋମିଟର ପର୍ଯ୍ୟନ୍ତ ରହିଛି । ଏଥିରେ ହ୍ଵିଲ ସହିତ ଟ୍ୟୁବଲେସ ଟାୟାର ଖଞ୍ଜା ଯାଇଛି। ବାଇକଟିର ଓଜନ ମାତ୍ର ୨୩ କେଜି ରହିଥିବା ବେଳେ ସିଟର ହାଇଟ୍‌ ରହିଛି ୬୨ ସେଣ୍ଟିମିଟର । ବାଇକ୍‌ ୯୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇପାରିବ ।

ଏହି ବାଇକଟି ବର୍ତ୍ତମାନ ଅଲଗା ଅଲଗା ମଡେଲରେ ଭାରତୀୟ ବଜାରରେ ଉପଲବ୍ଧ ରହିଛି। କିଛି ମଡେଲ ଉପରେ ବିଏମଡବ୍ଲୁର ଲୋଗ ମଧ୍ୟ ଲଗାଯାଇଛି। ତେବେ ଏହି ବାଇକର ଦାମ ମାତ୍ର ୨୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଦିଲ୍ଲୀରେ ଏହି ବାଇକର ଏକ ବହୁତ ବଡ ମାର୍କେଟ ରହିଛି । ସେହିପରି, ଅନଲାଇନ ଜରିଆରେ ମଧ୍ୟ ଆପଣ ଏହି ବାଇକଟିକୁ ଇଣ୍ଡିଆମାର୍ଟରୁ କିଣିପାରିବେ । ଯଦି ଆପଣ ବି ଏହି ବାଇକ୍‌ କିଣିବାକୁ ଚାହୁଁଛନ୍ତି ତେବେ https://dir.indiamart.com/impcat/pocket-bike.htmlକୁ ଯାଇ କିଣିପାରିବେ ।

ସମ୍ବନ୍ଧିତ ଖବର