ନାଲ୍‌କୋ ଟାଉନସିପ୍‌ରେ ଶ୍ରୀ ଜଗନ୍ନାଥ ମହୋତ୍ସବ

ଭୁବନେଶ୍ବର: ଅନୁଗୁଳସ୍ଥିତ ନାଲ୍‌କୋ ଟାଉନସିପ୍ ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳନ ଅବସରରେ ଗତ ୨୫ ତାରିଖରୁ ୬ ଦିନ ବ୍ୟାପୀ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଳନ କରାଯାଉଛି। ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏଥିରେ ନାଲ୍‌କ‌ୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ୍ ମୁଖ୍ୟ ଅତିଥି ଏବଂ ଆଚାର୍ଯ୍ୟ ଚିନ୍ମୟ ମିସନ, ରାଞ୍ଚିର ସ୍ବାମୀ ମାଧବାନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି, ଉପସଭାପତି ପୀତବାସ ରାଉତରାୟ, ରାଧାବଲ୍ଲଭ ମଠ, ପୁରୀର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦେଶକ (ଏସ୍ ଆଣ୍ଡ ପି) ରାଜକିଶୋର ମିଶ୍ର, ମହାପ୍ରବନ୍ଧକ (ସ୍ମେଲଟର) ମନସା ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ। ନାଲକୋ ନଗର ମନ୍ଦିର କମିଟି ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହନ୍ତ ଓ ଭକ୍ତମାନେ ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର