୫୪,୯୯୩ କନେଷ୍ଟବଳ ପଦବୀ ପାଇଁ ବିଜ୍ଞାପନ ଜାରି, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏସ୍‌ଏସ୍‌ସି ଜିଡି କନେଷ୍ଟବଳ ରିକ୍ୱାରମେଣ୍ଟ-୨୦୧୮ କର୍ମଚାରୀ ଚୟନ ଆୟୋଗ (ଏସ୍‌ଏସ୍‌ସି) ଜିଡି କନେଷ୍ଟବଳ ପଦରେ ୫୪,୯୯୩ ଭ୍ୟାକେନ୍ସିର ବିଜ୍ଞପ୍ତି ଜାରି କରାଯାଇଛି। ଏହି ପଦ ପାଇଁ ଆଗ୍ରହୀପ୍ରାର୍ଥୀ ଏସ୍‌ଏସ୍‌ସି ଅଧିକାରିକ େଓ୍ଵବସାଇଟ ssc.nic.inରେ ଅନ୍‌ଲାଇନ୍‌ ଆବେଦନ କରି ପାରିବେ।

ଏସ୍‌ଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨୧ରୁ ଜିଡି କନେଷ୍ଟବଳ ପଦ ପାଇଁ ଆପ୍ଲିକେସନ୍‌ ନେବା ଆରମ୍ଭ ହୋଇଯାଇଛି। ଏସ୍‌ଏସ୍‌ସି କନେଷ୍ଟବଳ ରିକ୍ୱାରମେଣ୍ଟ ଲିଙ୍କ ଜରିଆରେ ପ୍ରାର୍ଥୀ ଆବେଦନ କରି ପାରିବେ। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଅଗଷ୍ଟ୨୦ ଯାଏଁ ରହିଛି।

ଜିଡି କନେଷ୍ଟବଳ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ୧୦ମ ଶ୍ରେଣୀ ପାସ୍‌ ହୋଇଥିବା ଆବଶ୍ୟକ। ବୟସ ୧୯ବର୍ଷରୁ ଅଧିକ ଓ ୨୩ବର୍ଷର କମ୍‌ ହୋଇଥିବା ଦରକାର। ଅନୁସୂଚିତ ବର୍ଗର ଆବେଦନକାରୀଙ୍କ ପାଇଁ ନିର୍ଦ୍ଧିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇନାହିଁ।

ଏହି ପଦପାଇଁ ଆବେଦନ କରୁଥିବା ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୭୦ ସେଣ୍ଟିମିଟର। ସେହିପରି ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୫୭ ସେଣ୍ଟିମିଟର ଏବଂ ଛାତି ୮୦ ସେଣ୍ଟିମିଟର ରହିବା ଆବଶ୍ୟକ।

ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ବିଏସ୍‌ଏଫ, ଆଇଟିବିପିଏଫ୍‌, ସିଆର୍‌ପିଏଫ୍‌, ଏନ୍‌ଆଇଏ, ଏସ୍‌ଏସ୍‌ବି ଓ ରାଇଫଲମ୍ୟାନ୍‌ ଓ ସିଆଇଏସ୍‌ଏଫ୍‌ ପାଇଁ ଭର୍ତ୍ତି କରାଯିବ। ଏସ୍‌ଏସ୍‌ଡି ଜିଡି କନେଷ୍ଟବଳ-୨୦୧୮ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ଡିୟ୍ୟୁଟି ଏସ୍‌ଏଚଓ ନିର୍ଣ୍ଣୟ କରିବେ।

ଏସ୍‌ଏସ୍‌ସି ଜିଡି କନେଷ୍ଟବଳ ରିକ୍ୱାରମେଣ୍ଟ-୨୦୧୮ରେ ଆବେଦନକାରୀ ପ୍ରଥମେ ଏସ୍‌ଏସ୍‌ସି ଅଧିକାରିକ େଓ୍ଵବସାଇଟ ssc.nic.inକୁ ଯାଆନ୍ତୁ। ଆପ୍‌ଲାଏ ଟ୍ୟାବ୍‌କୁ ଖୋଲି କନେଷ୍ଟବଳ ଜିଡି ସେକ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ।

ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ୧୦୦ଟଙ୍କାର ଫିସ୍‌ ଭରି ଆପ୍ଲିକେସନ୍‌ ସବ୍‌ମିଟ୍‌ କରନ୍ତୁ। ଆବେଦନକାରୀଙ୍କୁ ଶାରୀରିକ, ଲିଖିତ ଓ ମେଡିକାଲ ପରୀକ୍ଷା ଦେବାକୁ ପଡ଼ିବ। ଲିଖିତ ପରୀକ୍ଷା ୧୦୦ଅଙ୍କର ହେବ । ଯେଉଁଥିରେ ଇଣ୍ଟେଲିଜେନ୍ସ ଓ ରିଜନିଙ୍ଗ, ଜେନେରାଲ ନଲେଜ ଆଦି ପ୍ରଶ୍ନ ରହିବ।

ସମ୍ବନ୍ଧିତ ଖବର