ଷ୍ଟେଟ୍‌ ବ୍ୟାଙ୍କ-ଆଇଇଡି ବୁଝାମଣା 

ଭୁବନେଶ୍ବର,: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଦକ୍ଷତା ବିକାଶ ପ୍ରତିଷ୍ଠାନ ‘ଆଇଇଡି’ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ବ୍ୟାଙ୍କର ସିଜିଏମ୍‌ ପ୍ରବୀଣା କାଲା, ମୁଖ୍ୟ ମହାପ୍ରବନ୍ଧକ ଡିପି ମିଶ୍ର, ଜି ଭଟ୍ଟାଚାର୍ଯ୍ୟ, ଏସ୍ ଥାକୋରେ, ଆଇଡଇଇର ପ୍ରଶାସନିକ ଅଧିକାରୀ ବି ବି ମିଶ୍ର, ସମରେନ୍ଦ୍ର ସାହୁ ଓ ଭାବଗ୍ରାହୀ ଦାସ ଉପସ୍ଥିତ ଥିଲେ। ଆଇଇଡଇ ପ୍ରତିବର୍ଷ ୬୦୦୦ ଉଦ୍ୟୋଗୀଙ୍କୁ ତାଲିମ ଦେଉଥିବା ବେଳେ ଋଣ ପାଇଁ ସେମାନଙ୍କ ନାମକୁ ଷ୍ଟେଟ୍‌ ବ୍ୟାଙ୍କକୁ ସୁପାରିସ କରିଥାଏ। ଷ୍ଟେଟ୍ ବ୍ୟାଙ୍କ ଏହାର ୯୦୦ ଶାଖା ଜରିଆରେ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ କାଲା କହିଛନ୍ତି।

ସମ୍ବନ୍ଧିତ ଖବର