ଷ୍ଟାର୍ଟଅପ୍‌କୁ ବଡ଼ ଧରଣର ଟିକସ ରିହାତି

ନୂଆଦିଲ୍ଲୀ,: ନୂତନ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ସରକାର ବଡ଼ ଧରଣର ରିହାତି ପ୍ରଦାନ କରିଛନ୍ତି। ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ଟିକସ ଉପରେ ରିହାତି ପ୍ରଦାନ କରାଯାଇଛି। ପୂର୍ବରୁ ୧୦ କୋଟିରୁ ଅଧିକ ଟଙ୍କାର ପାଣ୍ଠି ଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ଏଞ୍ଜେଲ୍ ଟିକସ ଗଣିବାକୁ ପଡ଼ୁଥିଲା। ସେହି ସୀମାକୁ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ଏହାର ଅର୍ଥ ହେଉଛି ଯେକୌଣସି ଉପାୟରେ ଯଦି ଷ୍ଟାର୍ଟଅପ୍ ସଂସ୍ଥାରେ ନିବେଶ ପରିମାଣ ୨୫ କୋଟି ଟଙ୍କା ମଧ୍ୟରେ ରହିବ ତେବେ ସେମାନଙ୍କୁ ଏଞ୍ଜେଲ ଟିକସ ଦେବାକୁ ପଡ଼ିବ ନାହିଁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍ କରି ଏହା ଜଣାଇଛନ୍ତି। କିଛିଦିନ ତଳେ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଅଭିଯୋଗ କରିଥିଲେ ଯେ, ଆମକୁ ଯେଉଁ ଏଞ୍ଜେଲ୍ ନିବେଶ ମିଳୁଛି ତାହା ଉପରେ ସରକାର ଟିକସ ନୋଟିସ୍‌ ପଠାଉଛନ୍ତି। ଆୟକର ନିୟମର ଯେଉଁ ଧାରା ଅଧୀନରେ ଏହି ନୋଟିସ୍‌ ପଠାଯାଉଥିଲା ତାହାର ସରଳୀକରଣ କରାଯିବ ବୋଲି ଶ୍ରୀ ପ୍ରଭୁ କହିଛନ୍ତି। ଖୁବ୍‌ଶୀଘ୍ର ଏସମ୍ପର୍କିତ ଅଧିନିୟମ ଜାରି କରାଯିବ।

ସମ୍ବନ୍ଧିତ ଖବର