ଚୋକ୍‌ସିଙ୍କଠାରୁ ୪୦୫ କୋଟି ଅସୁଲ କରିବ ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ଖୋଜୁଛି। ଷ୍ଟେଟ୍‌ ବ୍ୟାଙ୍କ ଠାରୁ ସେ ୪୦୫ କୋଟି ଟଙ୍କାର ଋଣ ନେଇ ପାର୍ ହୋଇଯାଇଛନ୍ତି। ସେହି ଟଙ୍କା ଆଦାୟ କରିବା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଚୋକ୍‌ସିଙ୍କୁ ନୋଟିସ୍ ଜାରି କରାଯାଇଛି। ଅବଶ୍ୟ ନୋଟିସ୍ ଫେରି ଆସିଛି। ଷ୍ଟେଟ୍‌ ବ୍ୟାଙ୍କର ଏହି ନୋଟିସ୍‌କୁ ଲୋକଙ୍କୁ ଚକିତ କରିଛି। କାରଣ ମେହୁଲ ଅନେକ ଦିନରୁ ଭାରତ ଛାଡ଼ି ପଳାଇଛନ୍ତି। ଗତବର୍ଷ ଫେବ୍ରୁଆରିରେ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର କହିଥିଲେ, ଯେ ଷ୍ଟେଟ୍‌ ବ୍ୟାଙ୍କରେ ମେହୁଲଙ୍କ କୌଣସି ଋଣ ବକେୟା ନାହିଁ।

ସମ୍ବନ୍ଧିତ ଖବର