ଷ୍ଟେଟ୍‌ ବ୍ୟାଙ୍କ ଏଫ୍‌ଡି ସୁଧ ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମିଆଦୀ ଜମା (ଫିକ୍ସଡ୍‌ ଡିପୋଜିଟ୍‌)ର ସୁଧ ହାରରେ ବୃଦ୍ଧି ଘୋଷଣା କରାଯାଇଛି। ଏକ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ବିଭିନ୍ନ ପ୍ରକାର ଏଫ୍‌ଡି ଜମା ଉପରେ ସୁଧ ହାରକୁ ୦.୦୫%ରୁ ୦.୧୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏକ କୋଟି ଟଙ୍କାରୁ କମ୍‌ ପରିମାଣର ଏଫ୍‌ଡି ଜମା ଉପରେ ସୁଧ ବୃଦ୍ଧି କରାଯାଇଛି। କେତେ ନିର୍ଦିଷ୍ଟ ଅବଧିର ଜମା ଉପରେ ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧ ପ୍ରଦାନ କରାଯାଇଛି। ୧-୨ ବର୍ଷିଆ ଜମା ଉପରେ ଷ୍ଟେଟ୍‌ ବ୍ୟାଙ୍କ ୬.୭% ସୁଧ ପ୍ରଦାନ କରିବ। ୨-୩ ବର୍ଷିଆ ଉପରେ ୬.୭୫%, ୩-୫ ବର୍ଷିଆ ଉପରେ ୬.୮% ଓ ୫-୧୦ ବର୍ଷିଆ ଜମା ଉପରେ ୬.୮୫% ସୁଧ ପ୍ରଦାନ କରିବ।

ସମ୍ବନ୍ଧିତ ଖବର