ମିଆଦୀ ଜମା ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ମିଆଦୀ ଜମା ସୁଧ ହାର ହ୍ରାସ ଘୋଷଣା କରିଛି। ବ୍ୟାଙ୍କ ପକ୍ଷରୁ ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ମିଆଦୀ ଜମା ସୁଧ ହାର ହ୍ରାସ ଘୋଷଣା କରାଯାଇଛି। ବ୍ୟାଙ୍କ ବିଭିନ୍ନ ଅବଧିର ଖୁଚୁରା ମିଆଦି ଜମା ସୁଧ ହାର ୧୦ ବେସିସ ପଏଣ୍ଟରୁ ୫୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛି। ସେହିଭଳି ବଡ଼ ଧରଣର ମିଆଦି ଜମା ଉପରେ ସୁଧ ହାର ୩୦ରୁ ୭୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛି। ସଂଶୋଧିତ ସୁଧ ହାର ଅକ୍ଟୋବର ୨୬ରୁ ଲାଗୁ ହେବ। ଏହା ପୂର୍ବରୁ ‌ଷ୍ଟେଟ ବ୍ୟାଙ୍କ ଚଳିତବର୍ଷ ପହିଲାରେ ଏହାର ମିଆଦୀ ଜମା ସୁଧ ହାରରେ ସଂଶୋଧନ ଘୋଷଣା କରିଥିଲା। ରିଜର୍ଭ ବ୍ୟାଙ୍କ ଚଳିତ ମାସରେ ଏହାର ରେପୋ ହାରରେ ୦.୩୫ ପ୍ରତିଶତ ହ୍ରାସ ‌ଘୋଷଣା କରିଛି। ଏଥିଯୋଗୁ ‌ଷ୍ଟେଟ ବ୍ୟାଙ୍କ ଗୁଡ଼ିକ ସୁଧ ହାର ହ୍ରାସ ଘୋଷଣା କରିଛି।

ସମ୍ବନ୍ଧିତ ଖବର