ଷ୍ଟେଟ ବ୍ୟାଙ୍କର କାର ଋଣ ମେଳା

ଭୁବନେଶ୍ବର,: ଭାରତୀୟ ଷ୍ଟେଟ ବ୍ୟାଙ୍କ ସରକାରୀ କୋଷାଗାର ଶାଖା ଭୁବନେଶ୍ବରଠାରେ ଏକ କାର୍‌ ଋଣ ମେଳାକୁ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ପ୍ରବୀଣା କାଲା ଆଜି ଉଦଘାଟନ କରିଛନ୍ତି। ଏହି ମେଳାରେ ୧୪ଟି କମ୍ପାନି ଅଂଶଗ୍ରହଣ କରି ସେମାନଙ୍କ ବିଭିନ୍ନ ମଡେଲ କାର ପ୍ରଦର୍ଶନ କରୁଛନ୍ତି। ବ୍ୟାଙ୍କ ପକ୍ଷରୁ ତୁରନ୍ତ ଋଣ ମଞ୍ଜୁରି ପତ୍ର ହିତାଧିକାରୀମାନଙ୍କ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ମେଳାରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ କୋଷାଗାର ଶାଖାର ସହାୟକ ମହା ପରିଚାଳକ ପ୍ରଦୀପ କୁମାର ବିଶ୍ବାଳ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର