ଇସ୍ପାତ ଉତ୍ପାଦନରେ ଟାଟା ଷ୍ଟିଲ୍‌ ପ୍ରଥମ, ଜେଏସ୍‌ଡବ୍ଲୁ ଦ୍ବିତୀୟ

କୋଲକାତା: ଇସ୍ପାତ ଉତ୍ପାଦନରେ ଟାଟା ଷ୍ଟିଲ୍ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୮-୧୯ରେ ୧୬.୭୯ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରି ଟାଟା ଏହି ସଫଳତା ପାଇଛି। ପୂର୍ବରୁ ଏକ ନମ୍ବର ସ୍ଥାନରେ ଥିବା ଜେଏସ୍‌ଡବ୍ଲୁ ଦ୍ବିତୀୟ ସ୍ଥାନକୁ ଖସିଆସିଛି। ଜେଏସଡବ୍ଲୁ ଏହିବର୍ଷ ୧୬.୬୯ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିଛି। ସେହିପରି ସରକାରୀ ଇସ୍ପାତ କଂପାନି ସେଲ୍‌ ତୃତୀୟ ସ୍ଥାନରେ ରହିଛି। ସେଲ୍‌ର ଉତ୍ପାଦନ ୧୫.୦୨ ନିୟୁତ ଟନ୍ ହୋଇଛି। ଭୂଷଣ ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ଦ୍ବାରା ଟାଟା ଷ୍ଟିଲ୍‌ ଉତ୍ପାଦ କ୍ଷମତା ବଢ଼ିଛି। ଏହାର ପରିଣାମ ସ୍ବରୂପ କଂପାନି ଏତେ ଅଧିକ ଇସ୍ପାତ ଉତ୍ପାଦନ କରିପାରିଛି।

ସମ୍ବନ୍ଧିତ ଖବର