ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ଉପରେ ତେଲ ସଙ୍କଟର ପ୍ରଭାବ ପଡ଼ିଛି। ଆଗାମୀ ଦିନରେ ଅଶୋଧିତ ତେଲ ଆହୁରି ମହଙ୍ଗା ହେବାର ଆଶଙ୍କା କରି ନିବେଶକମାନେ ବିପୁଳ ପରିମାଣର ସେୟାର ବିକିଦେଇଛନ୍ତି। ଏହାର ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଆଜି ୬୪୨ ପଏଣ୍ଟ୍ର ହ୍ରାସ ଘଟିଛି। ତାହା ୩୬,୪୮୧ ପଏଣ୍ଟ୍ରେ ବନ୍ଦ ହୋଇଛି। ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ବିଚଳିତ ଥିବା ଷ୍ଟକ ବଜାରର ନିବେଶକମାନଙ୍କ ପାଇଁ ତେଲ ସଙ୍କଟ ବହୁତ ବଡ଼ ଦୁଃଖ ଖବର ଆଣିଛି। ଏହାର ପ୍ରଭାବରେ ଦେଶର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେମାନେ ଭାବୁଛନ୍ତି। ସେଥିପାଇଁ ସେମାନେ କ୍ଷତିକୁ ଏଡ଼ାଇବା ଲାଗି କମ୍ ଦାମ୍ରେ ନିଜ ପାଖରେ ଥିବା ସେୟାର ବିକିଦେଇଛନ୍ତି। ଜାତୀୟ ଷ୍ଟକ ବଜାରରେ ମଧ୍ୟ ନିବେଶକମାନେ ଆଜି ଅଧିକ ମାତ୍ରାରେ ସେୟାର ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ନିଫ୍ଟିରେ ୧୮୬ ପଏଣ୍ଟ୍ ହ୍ରାସ ଘଟଇ ୧୦,୮୭୧ ପଏଣ୍ଟ୍ରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଥିବାରୁ ନିବେଶକମାନେ ୨ ଲକ୍ଷ ୭୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି।
ଭାରତୀୟ ଷ୍ଟକ ବଜାର ଉପରେ ତେଲ ଝଟ୍କା
/sambad/media/post_attachments/wp-content/uploads/2019/05/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)