ଅଟକି ଗଲା ଡିଜେଲ ଦର ହ୍ରାସ:ପେଟ୍ରୋଲ କମିଲା ୯ ପଇସା

ଭୁବନେଶ୍ୱର: ସରକାରୀ ତେଲ କମ୍ପାନି ଗୁଡ଼ିକ କ୍ରମାଗତ ଭାବେ ଚାରି ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବା ପରେ ଏବେ ଡିଜେଲ ଦର ହ୍ରାସକୁ ଅଟକାଇ ଦେଇଛନ୍ତି। ରବିବାର ପାଇଁ କେବଳ ପେଟ୍ରୋଲ ଦର ହ୍ରାସ କରାଯାଇଛି। ଶନିବାର ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ଥିବାବେଳେ ରବିବାର ଏହା ୭୬ ଟଙ୍କା ୯୧ ପଇସାକୁ କମିଆସିଛି। କିନ୍ତୁ ଡିଜେଲ ଦରରେ ରବିବାର କୌଣସି ପରିବର୍ତ୍ତନ ଅଣାଯାଇନାହିଁ। ଶନିବାର ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଡିଜେଲ ଦର ୭୪ ଟଙ୍କା ୦୯ ପଇସା ଥିବାବେଳେ ରବିବାର ମଧ୍ୟ ସେହି ୭୪ ଟଙ୍କା ୦୯ ପଇସା ରହିଛି। ଗତ ୫ ଦିନ ମଧ୍ୟରେ ଆଇଓସିଏଲ ଲିଟର ପିଛା ପେଟ୍ରୋଲ ଦର ୩୨ ପଇସା ଏବଂ ଡିଜେଲ ଦର ୨୧ ପଇସା ହ୍ରାସ କରିଛିି। ଗତ ୨୯ ତାରିଖରେ ଲିଟର ପିଛା ପେଟ୍ରୋଲ ଦର ରେକର୍ଡ ୭୭ ଟଙ୍କା ୨୩ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୩୦ ପଇସା ଛୁଇଁଥିଲା।

ସମ୍ବନ୍ଧିତ ଖବର