ସୁଧା ବାଲକ୍ରିଷ୍ଣନ୍‌ ହେଲେ ରିଜର୍ଭ ବ୍ୟାଙ୍କର ପ୍ରଥମ ସିଏଫ୍‌ଓ

ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ସିଏଫ୍‌ଓ ( ମୁଖ୍ୟ ଆର୍ଥିକ ଅଧିକାରୀ) ଭାବେ ସୁଧା ବାଲକ୍ରିଷ୍ଣନ୍‌ ନିଯୁକ୍ତି ପାଇଛନ୍ତି। ନ୍ୟାସନାଲ ସିକ୍ୟୁରିଟିଜ୍‌ ଡିପୋଜିଟୋରି ଲିମିଟେଡ (ଏନ୍‌ଏସ୍‌ଡିଏଲ୍‌)ର ଉପ ସଭାପତି ଥିବା ସୁଧାଙ୍କୁ ଗତ ୧୫ ତାରିଖରୁ ରିଜର୍ଭ ବ୍ୟାଙ୍କ ସିଏଫଓ ଭାବେ ନିଯୁକ୍ତି ଦିଆଯାଇଛି। ପେସାରେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ତିନି ବର୍ଷ ପାଇଁ ସେ ଏହି ପଦରେ କାର୍ଯ୍ୟ କରିବେ ଏକ ସୂତ୍ରରୁ ସୂଚନା ମିଳିଛି। ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧାଙ୍କ ନିଯୁକ୍ତି ସମ୍ପର୍କରେ କିଛି କୁହାଯାଇନାହିଁ।

ସମ୍ବନ୍ଧିତ ଖବର