ସୁନ୍ଦରମ୍‌ ଆଣିଲା ସର୍ଭିସେସ୍‌ ଫଣ୍ଡ୍‌

ଭୁବନେଶ୍ୱର: ସୁନ୍ଦରମ୍‌ ମ୍ୟୁଚୁଆଲ ଫଣ୍ଡ୍‌ ପକ୍ଷରୁ ସୁନ୍ଦରମ୍‌ ସର୍ଭିସେସ୍‌ ଫଣ୍ଡ୍‌ ନାମରେ ଏକ ନୂଆ ଫଣ୍ଡ୍‌ ଅଫର୍‌ (ଏନ୍‌ଏଫ୍‌ଓ) ଘୋଷଣା କରାଯାଇଛି। ଏହା ଏକ ଓପନ ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ହୋଇଥିବା ବେଳେ ଏଥିରେ ନିବେଶକମାନେ ଖଟାଉଥିବା ଅର୍ଥକୁ ସେବା କ୍ଷେତ୍ରରେ କମ୍ପାନି ବିନିଯୋଗ କରିବ। ଏହି ଅଫରର ଅବଧି ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୨ ତାରିଖ ପର୍ଯର୍୍ୟନ୍ତ ରହିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରମ୍‌ ମ୍ୟୁଚୁଆଲ୍‌ର ପରିଚାଳନା ନିର୍ଦେଶକ ତଥା ସିଇଓ ସୁନୀଲ୍‌ ସୁବ୍ରମଣ୍ୟମ୍‌ କୁହନ୍ତି, ଦେଶର ଅର୍ଥନୀତି ପାଇଁ ସେବା କ୍ଷେତ୍ର ୫୪ ପ୍ରତିଶତ ଯୋଗଦାନ ରଖିଥିବା ସତ୍ତ୍ୱେ ଏହାର ବଜାର ପୁଞ୍ଜି ଅଂଶ ଏବେ ୩୫ ପ୍ରତିଶତ ରହିଛି। ତେଣୁ ଏହି କ୍ଷେତ୍ରରେ ନିବେଶ କରି ଭବିଷ୍ୟତରେ ଲାଭ ଉଠାଇବାର ଯଥେଷ୍ଟ ସୁଯୋଗ ରହିଛି ବୋଲି ଶ୍ରୀ ସୁବ୍ରମଣ୍ୟମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର