ପାରାଦୀପରେ ହେବ ସୁପର ସ୍ପେସିଆଲିଟି ହସ୍ପିଟାଲ

ନୂଆଦିଲ୍ଲୀ: ପାରାଦୀପ ସମେତ ଦେଶର ବିଭିନ୍ନ ବନ୍ଦର ଥିବା ଅଞ୍ଚଳରେ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ନିର୍ମାଣ କରାଯିବ। ଗୋଲ୍ଡେନ୍‌ ସେର୍‌ ମଡେଲ୍‌ରେ ଏହି ହସ୍ପିଟାଲ୍‌୍‌ଗୁଡ଼ିକୁ ବିକଶିତ କରାଯିବ। ପାରାଦୀପ ବନ୍ଦର ଲାଗି ପ୍ରସ୍ତାବିତ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ପ୍ରକଳ୍ପର ଯଥାର୍ଥ ଆକଳନ କାରବାର ଢାଞ୍ଚା ରିପୋର୍ଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଅନ୍ୟାନ୍ୟ ରିପୋର୍ଟକୁ କନ୍‌ସଲ୍‌ଟାଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ରିପୋର୍ଟ ବନ୍ଦର ମନ୍ତ୍ରଣାଳୟ ପାଖରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପୂର୍ବରୁ କେନ୍ଦ୍ର ସରକାର ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲ୍‌ ସହାୟତାରେ ପିପିପି ମୋଡ୍‌ରେ ପାରାଦୀପରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ପ୍ରତିଷ୍ଠା କରିବାକୁ ଯୋଜନା ରଖିଥିଲେ। କିନ୍ତୁ ହସ୍‌ପିଟାଲ୍‌ଗୁଡ଼ିକ ସେଥିପାଇଁ ରାଜି ହୋଇନଥିଲେ। ଏତେ ଜାହଜ ମନ୍ତ୍ରଣାଳୟ ନିଜ ଉଦ୍ୟମରେ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଆଗେଇ ଆସିଛି। ଗୋଲ୍ଡେନ୍‌ ସେର୍‌ ଢାଞ୍ଚାରେ ପ୍ରସ୍ତୁତ ହେବାକୁ ଥିବା ଏହି ପ୍ରକଳ୍ପ ସମୂହକୁ ଜାହଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ଅନୁମୋଦନ ପ୍ରଦାନ କରିଛି। ଏହି ପ୍ରସ୍ତାବକୁ ଚଳିତ ମାସ ୧୧ ତାରିଖରେ ଅନୁମୋଦନ ମିଳିଥିଲା।

ସମ୍ବନ୍ଧିତ ଖବର