କାର ବିକ୍ରିରେ ଅଲ୍ଟୋକୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କଲା ସ୍ୱିଫ୍ଟ

ନୂଆଦିଲ୍ଲୀ: ଫେବୃୟାରୀ ମାସରେ ଅଟୋ ସେକ୍ଟରରେ ସବୁ କାର କମ୍ପାନୀଙ୍କ ବିକ୍ରି କମିଛି | ତେବେ ରେନଲଟ ଓ ଫୋର୍ଡ଼ କମ୍ପାନୀର କାର ୨୦୧୯ ତୁଳନାରେ ୨୦୨୦ରେ ବଢ଼ିଥିବାର ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଫେବୃୟାରୀ ମାସରେ କାର ବିକ୍ରିରେ ୧ ନମ୍ବର ସ୍ଥାନ ହାସଲ କରିଛି ମାରୁତି ସ୍ୱିଫ୍ଟ | ସ୍ୱିଫ୍ଟ ମାରୁତି ସୁଜୁକି ଅଲ୍ଟୋକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି | ସ୍ୱିଫ୍ଟ ମଡେଲର ୧୮୬୯୬ଟି କାର ବିକ୍ରି ହୋଇଥିବାବେଳେ ୨୦୧୯ ଫେବୃୟାରୀରେ ୧୮୨୨୪ ୟୁନିଟ କାର ବିକ୍ରି ହୋଇଥିଲା |

ଦ୍ଵିତୀୟ ସ୍ଥାନରେ ମାରୁତି ସୁଜୁକି ୱାଗନର ରହିଛି | ଫେବୃୟାରୀ ମାସରେ ୧୮୨୩୫ଟି କାର ବିକ୍ରି ହୋଇଥିବାବେଳେ ୨୦୧୯ ଫେବୃୟାରୀରେ ୧୫୬୬୧ଟି କାର ବିକ୍ରି ହୋଇଥିଲା | ତୃତୀୟ ସ୍ଥାନରେ ମାରୁତି ସୁଜୁକିର ଅଲ୍ଟୋ ରହିଛି |

Photo-Autocarindia

ଫେବୃୟାରୀ ମାସରେ ୧୭୨୯୧ଟି କାର ବିକ୍ରି ହୋଇଥିବାବେଳେ ୨୦୧୯ ଫେବୃୟାରୀରେ ୨୪୭୫୧ ୟୁନିଟ କାର ବିକ୍ରି ହୋଇଥିଲା | ଅର୍ଥାତ ଗତ ବର୍ଷ ତୁଳନାରେ ୫ ପ୍ରତିଶତ ଅଲ୍ଟୋ ବିକ୍ରି କମିଛି | ମିଳିଥିବା ରିପୋର୍ଟ ମୁତାବକ ଫେବୃୟାରୀ ମାସରେ ସ୍ୱିଫ୍ଟ ବିକ୍ରିରେ ୩ ପ୍ରତିଶତ ଅଭିବୃଦ୍ଧି ଦେଖାଦେଇଛି |

ସମ୍ବନ୍ଧିତ ଖବର