ସ୍ୱିସ୍‌ ବ୍ୟାଙ୍କରୁ ଭାରତୀୟଙ୍କ ମୋହଭଙ୍ଗ

ନୂଆଦିଲ୍ଲୀ: ଏକଦା କଳାଧନ ରଖିବାର ସ୍ୱର୍ଗ କୁହାଯାଉଥିବା ସ୍ୱିସ୍‌ ବ୍ୟାଙ୍କରୁ ଭାରତୀୟମାନେ ନିଜକୁ ଦୂରେଇ ନେଉଛନ୍ତି। ସ୍ୱିଜରଲ୍ୟାଣ୍ଡ୍‌ରେ ଜବତ ହୋଇଥିବା ଜାଲ୍‌ ଭାରତୀୟ ନୋଟ୍‌ ତଥ୍ୟରୁ ଏଭଳି ଆକଳନ କରାଯାଇଛି। ଗତବର୍ଷ ସେଠାରେ ମାତ୍ର ତିନିଟି ଜାଲ୍‌ ଭାରତୀୟ ନୋଟ୍‌ ଜବତ କରାଯାଇଛି। ସେଥି ମଧ୍ୟରେ ଦୁଇଟି ୧୦୦ ଟଙ୍କିଆ ଓ ଗୋଟିଏ ପାଞ୍ଚ ଶହ ଟଙ୍କିଆ ନୋଟ୍‌ ରହିଛି। ବର୍ଷ ପୂର୍ବରୁ ଜବତ ଭାରତୀୟ ଜାଲ୍‌ ନୋଟ୍‌ ପରିମାଣ ଚାରି ଗୁଣା ବଢ଼ିଥିଲା। ବର୍ଷକ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ଜାଲ୍‌ ନୋଟ୍‌ ଜବତ ପରିମାଣ ଏତେ କମିଯାଇଛି। ସ୍ୱିଜରଲ୍ୟାଣ୍ଡ୍‌ର ସଂଘୀୟ ପୁଲିସ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଜବତ ଜାଲ୍‌ ନୋଟ୍‌ ତାଲିକାରେ ବର୍ଷକ ପୂର୍ବରୁ ଭାରତର ନାମ ତୃତୀୟ ସ୍ଥାନରେ ଥିଲା।

ସମ୍ବନ୍ଧିତ ଖବର