ଆସିଲା ହ୍ଵାଟ୍ସଆପ୍ର ନୂଆ ଫିଚର: କେବଳ ଗୋଟିଏ ବଟନ୍ ଟିପିଲେ ଭଏସ୍ କଲ୍ ହୋଇଯିବ ଭିଡିଓ କଲ୍
ଲଣ୍ଡନ: ଏବେ କଥା ହେବା ପ୍ରକ୍ରିୟାକୁ ଆହୁରି ସୁବିଧା କରିବାକୁ ଯାଉଛି ହ୍ଵାଟ୍ସଆପ୍ । ହ୍ଵାଟ୍ସଆପ୍ ତାର ବିଟା ସଂସ୍କରଣରେ ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି, ଯାହାଦ୍ୱାରା ବ୍ୟବହାରକାରୀମାନେ ଭଏସ କଲ କରିବା ସମୟରେ ଗୋଟିଏ ବଟନ ଦବାଇ ଏହାକୁ ଭିଡ଼ିଓ କଲକୁ ରୂପାନ୍ତରିତ କରିପାରିବେ । ଏଥି ପାଇଁ ବ୍ୟବହାରକାରୀ ମାନଙ୍କୁ ହ୍ଵାଟ୍ସଆପ୍ର ବେଟା ସଂସ୍କରଣରେ ସାଇନ୍ ଇନ୍ କରିବାକୁ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁଯାୟୀ, ଯଦି ଆପଣ ଭଏସ କଲ କରିବା ସମୟରେ ଭିଡ଼ିଓ କଲ କରିବାକୁ ଇଚ୍ଛା ହୁଏ ତେବେ ଆପଣ ଫୋନକୁ ନ କାଟି ଗୋଟେ ବଟନ ଦବାଇ ଏହାକୁ ଭିଡ଼ିଓ କଲକୁ ବଦଳାଇ ପାରିବେ। । ଏହି ବଟନକୁ ଦବାଇବା ପରେ ଅନ୍ୟ ପଟେ ଥିବା ବ୍ୟକ୍ତିଙ୍କୁ ଏକ ନୋଟିଫିକେସନ୍ ଯିବ । ଯେଉଁଥିରେ ସେମାନେ ଆପଣ ପଠାଇଥିବା ଭିଡ଼ିଓ କଲ ପ୍ରସ୍ତାବକୁ ଗ୍ରହଣ କରିବାକୁ ଚାହଁଛନ୍ତି କି ନାହିଁ ପଚରା ଯାଇଥିବ । ଯଦି ଅନ୍ୟ ପଟେ ଥିବା ବ୍ୟକ୍ତି ଆପଣଙ୍କର ଅନୁରୋଧକୁ ଗ୍ରହଣ କରେ ତେବେ ଯାଇ ଆପଣ ତାଙ୍କ ସହ ଭିଡ଼ିଓ କଲ କରି କଥା ହୋଇ ପାରିବେ । ଯଦି ସେ ଗ୍ରହଣ ନ କରନ୍ତି ତେବେ ଆପଣଙ୍କ ଭଏସ କଲ ଜାରି ରହିବ ।
ହ୍ଵାଟ୍ସଆପ୍ରେ ବର୍ତ୍ତମାନ ଥିବା ସଂସ୍କରଣ ଅନୁଯାୟୀ, ଯଦି ଆପଣ ଭିଡ଼ିଓ କଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ଭଏସ କଲ କାଟିଲେ ହିଁ ତାହା କରି ପାରିବେ । ଏହି ନୂଆ ସଂସ୍କରଣ ଆସିବା ଦ୍ୱାରା ବ୍ୟବହାରକାରୀମାନଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏହା ସହ ଏହି ନୂଆ ସଂସ୍କରଣ ଆସିବା ଦ୍ୱାରା ଭବିଷ୍ୟତରେ ଗ୍ରୁପ ଭଏସ କଲର ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟ ଜଣା ପଡ଼ିଛି ।