ସିମ୍ଫୋନିର ‘କୁଲ୍ ମୋବାଇଲ ବସ୍ ‌ଷ୍ଟପ୍’

ହାଇଦ୍ରାବାଦ: ବିଶ୍ବର ବୃହତ୍ ଏୟାର କୁଲର କମ୍ପାନି ସି‌ମ୍ଫୋନି ଲିମିଟେଡ ବସରେ ଯାତାୟାତ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ହାଇଦ୍ରାବାଦରେ ଏକ ଅଭିନବ ଅଭିଯାନ ଆରମ୍ଭ କରିଛି। କମ୍ପାନି ପକ୍ଷରୁ ଚଳିତମାସ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ‘କୁଲ୍ ମୋବାଇଲ୍ ବସ୍ ଷ୍ଟପ୍’ ସେବା ଆରମ୍ଭ କରିଛି। ବସ୍‌କୁ ଅପକ୍ଷା କରି ଖରାରେ ଛିଡ଼ା ହେଉଥିବା ବ୍ୟକ୍ତିମାନଙ୍କ ୫ଟି ବସଷ୍ଟପରେ ସିମ୍ଫୋନି କୁଲର ଲାଗିଥିବା ବସ୍ ରଖିଛି। ଖରାରେ ଛିଡ଼ା ନହୋଇ ବସ୍ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ଏହି ବସ ଭିତରେ ଆରାମରେ ବସି ଥଣ୍ଡାର ମଜା ନେଇପାରିବେ। କମ୍ପାନି ନିକଟରେ ଥିବା ଉତ୍ତମମାନର ଉତ୍ପାଦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି ବୋଲି ସିମ୍ଫୋନିର ସଭାପତି (ବିକ୍ରି ଓ ବିପଣନ) ରାଜେଶ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର