ଭୁବନେଶ୍ୱରରେ ସ୍ମାର୍ଟ ଉତ୍ପାଦ ଷ୍ଟୋର ‘ଟେକ୍‌ ଆଡ୍ଡା’

ଭୁବନେଶ୍ୱର: ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ନୂଆ ନୂଆ ପ୍ରଯୁକ୍ତିରେ ନିର୍ମିତ ସ୍ମାର୍ଟ ମୋବାଇଲ, ଗେଜେଟ୍‌ ଏବଂ ଟିଭି ଆଦି ଯୋଗାଇ ଦେବା ପାଇଁ ଓଡ଼ିଶା ବଜାରରେ ପ୍ରବେଶ କରିଛି ‘ଟେକ୍‌ ଆଡ୍ଡା’। କୋଲକାତାଭିତିକ ଏହି ରିଟେଲ ଚେନ୍‌ କମ୍ପାନିର ଫ୍ଲାଗ୍‌ସିପ୍‌ ଷ୍ଟୋର ଆଜି ସ୍ଥାନୀୟ ସହିଦ ନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ ସାମ୍ନାରେ ଖୋଲିଛି। ଏଥିସହିତ କମ୍ପାନି ପକ୍ଷରୁ ପୁରୀ ଏବଂ କଟକରେ ଗୋଟିଏ ଲେଖାଏଁ ଷ୍ଟୋର ଖୋଲାଯାଇଛି। ଏହି ସବୁ ଷ୍ଟୋରରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ, ଟିଭି, ଅଡିଓ ସାମଗ୍ରୀ ଏବଂ ସ୍ମାର୍ଟ ଆସେସୋରିଜ୍‌ ଆଦି ଉପଲବ୍ଧ ହେବ। ଭୁବନେଶ୍ୱରସ୍ଥିତ କମ୍ପାନିର ଷ୍ଟୋରକୁ ଆଜି ଓଲିଉଡ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ. ଅଭିନେତ୍ରୀ ଏଲିନା ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। କମ୍ପାନିର ଏମ୍‌ଡି ନନ୍ଦନ ଶାହା, ନିର୍ଦ୍ଦେଶିକା ସୁତପା ଶାହା, ବିଜ୍‌ନେସ୍‌ ହେଡ୍‌ ତାରିଣୀ ଦାସ ପ୍ରମୁଖ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ଏମ୍‌ଡି ଶ୍ରୀ ଶାହା କହିଥିଲେ, ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସାରା ଦେଶରେ ‘ଟେକ୍‌ ଆଡ୍ଡା’ର ୫୦ଟି ଷ୍ଟୋର ଖୋଲିବା ଯୋଜନା ରହିଛି। ଏଥିମଧ୍ୟରୁ ଓଡ଼ିଶାରେ ୭/୮ଟି ଷ୍ଟୋର ଖୋଲିବ। ଆସନ୍ତା ମାର୍ଚ୍ଚ ସୁ୍‌ଦ୍ଧା କମ୍ପାନି ଏହାର ଷ୍ଟୋର ସଂଖ୍ୟାକୁ ଶହେରେ ଏବଂ ଦୁଇ ଦିନିବର୍ଷ ମଧ୍ୟରେ ୫୦୦ରେ ପହଞ୍ଚାଇବା ଯୋଜନା ରଖିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର