ସ୍ମାର୍ଟଫୋନ୍‌ର ଏହି ଆପ୍ଲିକେସନ୍‌ ଦ୍ୱାରା ମଶା ଦାଉରୁ ରକ୍ଷା ପାଇ ପାରିବେ ! ଏଯାବତ୍‌ ଏତିକି ଲୋକ କରି ସାରିଲେଣି ଡାଉନ୍‌ଲୋଡ୍‌

ନୂଆଦିଲ୍ଲୀ: ମଶା ଏକ ଏଭଳି ଜୀବ ଯିଏକି ଆପଣଙ୍କ ନିଦ ଉଡାଇ ଦେଇଥାଏ। ଯେଉଁ ସ୍ଥାନରେ ମଶା ଅଛି ଆପଣ ସେଠାରେ ସ୍ଥିର ହୋଇ ବସିବା, ଉଠିବା ଓ ଶୋଇବା ମୁସ୍‌କିଲ ହୋଇ ଯାଇଥାଏ। ଏପରି କ୍ଷେତ୍ରରେ ସବୁବେଳେ ମଶା ଧୂପ ନହେଲେ କଏଲ୍‌ ଲଗାଇବା ଜରୁରୀ ହୋଇଥାଏ। ଯଦି ମଶା ଧୂପ କିମ୍ବା କଏଲ୍‌ ନାହିଁ ତେବେ ଆପଣ ନିଜ ସ୍ମାର୍ଟଫୋନ୍‌ ଜରିଆରେ ମଶା ଦାଉରୁ କିପରି ରକ୍ଷା ପାଇ ପାରିବେ ଆସନ୍ତୁ ଜାଣିବା।

ମଶାକୁ ଭଗାଇବା ପାଇଁ ଆପଣ ସ୍ମାର୍ଟଫୋନ୍‌ରେ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ପଡ଼ିବ। ଏପରି କରିବା ଦ୍ୱାରା ଆପଣ କୌଣସି କଏଲ ବ୍ୟବହାର ନକରି ମଶା ଦାଉରୁ ରକ୍ଷା ପାଇ ପାରିବେ। ଏହି ଆପ୍‌ର ନାମ ‘hertzier’ ରଖାଯାଇଛି। ଯାହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଖୁବ୍‌ ସହଜରେ ଡାଉନ୍‌ଲୋଡ କରାଯାଇ ପାରିବ। ଡାଉନ୍‌ଲୋଡ କରିବା ପରେ ଏହାକୁ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରନ୍ତୁ।

ଏହି ଆପ୍‌ରୁ ହାଇ ଫ୍ରିକ୍ୱଏନ୍‌ସି ଶବ୍ଦ ବାହାରି ଥାଏ ଯାହା ମଶାଙ୍କୁ ଆଦୌ ପସନ୍ଦ ନୁହେଁ । ମଶାମାନେ ସବୁବେଳେ ଏହି ଶବ୍ଦଠାରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥାଆନ୍ତି। ଏଭଳି ଉପାୟ ଆପଣାଇ ଆପଣ ଏକ ମିନିଟ୍‌ରେ ମଶାଠାରୁ ରକ୍ଷା ପାଇ ପାରିବେ। ଏହି ଆପ୍‌ ପାଇଁ ଆପଣଙ୍କୁ ୬୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଆପ୍‌ରୁ ବାହାରୁ ଥିବା ହାଇ ଫ୍ରିକ୍ୱଏନ୍‌ସି ଶବ୍ଦ ମଣିଷକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ଏହା କେବଳ ମଶାଙ୍କ ଉପରେ ପ୍ରଭାବ ପକାଇଥାଏ। ‘hertzier’ ଆପ୍‌କୁ ଏଯାବତ୍‌ ୧୦ହଜାରରୁ ଊର୍ଧ୍ୱ ଲୋକ ନିଜ ଫୋନ୍‌ରେ ଡାଉନ୍‌ଲୋଡ କରି ସାରିଲେଣି। ‘hertzier’ ଆପର ସାଇଜ୍‌ ୪.୭ ଏମ୍‌ବି ରହିଛି। ଏଥିପାଇଁ ଫୋନ୍‌ରେ ୨.୩ରୁ ଅଧିକ ଆଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମ ହେବା ଜରୁରୀ।

ସମ୍ବନ୍ଧିତ ଖବର