ଟମାଟୋ କିଲୋ ୨ ଟଙ୍କା

ମୁମ୍ବାଇ: ଦେଶର କେତେକ ପାଇକାରୀ ବଜାରରେ ଟମାଟୋର କିଲୋଗ୍ରାମ ପିଛା ମୂଲ୍ୟ ୨ ଟଙ୍କାକୁ ହ୍ରାସ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ନାରାୟଣଗାଓଁ ପାଇକାରୀ ବଜାରରେ ଟମାଟୋର କିଲୋଗ୍ରାମ ପିଛା ମୂଲ୍ୟ ୨ ଟଙ୍କା ସ୍ତରକୁ ଖସି ଯାଇଥିବାବେଳେ ଆନ୍ଧ୍ର ପ୍ରଦେଶର ମଦନପାଲେ ବଜାରରେ ଏହାର ଦାମ୍‌ ୧ ଟଙ୍କା ୬୦ ପଇସାକୁ ହ୍ରାସ ପାଇଛି। କିଛିମାସ ପୂର୍ବେ ଟମାଟୋ ଦର ଅତ୍ୟଧିକ ଥିବାବେଳେ ଏବେ ଏଥିରେ ମାତ୍ରାଧିକ ହ୍ରାସ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ଟମାଟୋର ଉତ୍ପାଦନ ବୃଦ୍ଧି ସହିତ ଚାହିଦା ହ୍ରାସ ଯୋଗୁ ମୂଲ୍ୟରେ ଏଭଳି ହ୍ରାସ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର