ତନିସ୍କର ୨୧ତମ ବାର୍ଷିକୀରେ ଗ୍ରାଣ୍ଡ୍‌ ଅଫର

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ୨୧ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ କଂପାନି ତରଫରୁ ଗ୍ରାଣ୍ଡ୍ ଅଫର୍‌ ଘୋଷଣା କରାଯାଇଛି। ଗ୍ରାହକମାନେ ଦେଶରେ ଥିବା ୨୮୨ଟି ତନିସ୍କ ଷ୍ଟୋର୍‌ରେ ସୁନା ଗହଣାର ଗଢ଼ା ମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇବେ। ଏହା ବ୍ୟତୀତ ପୁରୁଣା ସୁନା ଗହଣା ଏକ୍ସଚେଞ୍ଜ (ବଦଳାଇବା) କରିବା ବେଳେ ୧୦୦% ମୂଲ୍ୟ ପାଇବେ। ଏହି ଅଫର ଚଳିତ ମାସ ୧୪-୧୮ ପର୍ଯ୍ୟନ୍ତ ଉପଲବ୍ଧ ହେବ। ତନିସ୍କ ପକ୍ଷରୁ ବିଭିନ୍ନ ବର୍ଗର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରିନ୍, ଉତ୍ସବ, ଗୁଲନାଜ୍, ଲାବନ୍ୟମ ଭଳି ଗହଣା ସମ୍ଭାର ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ (ପୂର୍ବ) ଅନିର୍ବାଣ ବାନାର୍ଜୀ, ବ୍ୟବସାୟ ପ୍ରବନ୍ଧକ (ଓଡ଼ିଶା) ସୁମିତ ବୋଷ ଓ ତନିସ୍କର ବିଜନେସ୍ ପାର୍ଟନର ମାନିକ ହଂସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର