ଟାପାରିଆ ଆଣିଲା କାଣ୍ଟିଲିଭର୍‌ ଟୁଲ୍‌ ବକ୍ସ

ଭୁବନେଶ୍ବର: ଟାପାରିଆ ଟୁଲ୍‌ ପକ୍ଷରୁ କାଣ୍ଟିଲିଭର୍‌ ଟୁଲ୍‌ ବକ୍ସକୁ ଉନ୍ମୋଚନ କରାଯାଇଛି। ସେଥିରେ ବିଭିନ୍ନ ପ୍ରକାର ଟୁଲ୍‌ ଓ ଆକ୍‌ସେସୋରିଜ୍ ରଖିହେବ। କଠିନ ଓ ସୁଦୃଢ଼ ଧାତୁରେ ଏହି ବକ୍ସକୁ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ସ୍ଥାନକୁ ଟୁଲ୍‌ ନେବାଆଣିବା କରିବାରେ ଏହାକୁ ବ୍ୟବହାର କରାଯାଇପାରିବ। ବାକ୍ସଟିକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ଏଥିରେ ଦୁଇଟି ଇସ୍ପାତ‌େରେ ପ୍ରସ୍ତୁତ ହାଣ୍ଡେଲ୍ ଲଗାଯାଇଛି। ଏଥିରେ ବ୍ୟବହାର କରାଯାଇଥିବା ଇସ୍ପାତ କଳଙ୍କିବିହୀନ। ଏହା ୩ ଓ ୫ କମ୍ପାର୍ଟମେଣ୍ଟ୍‌ ବିକଳ୍ପରେ ଉପଲବ୍ଧ ହେଉଛି। ଟାପାରିଆ ଟୁଲ୍‌ ଏହାର ଉତ୍ପାଦକୁ ଭାରତ ସମେତ ବିଶ୍ବର ଅନେକ ଦେଶରେ ବିକ୍ରି କରୁଛି।

ସମ୍ବନ୍ଧିତ ଖବର