ଟାପାରିଆର ଟୁ ଇନ୍‌ ଓ୍ଵାନ୍‌ ରୋଲିଂ ଟୁଲ୍‌ ବକ୍ସ ସେଟ୍‌

ମୁମ୍ବାଇ: ଟାପାରିଆ ଟୁଲ୍ସ ପକ୍ଷରୁ ନୂଆ ଟୁ-ଇନ୍‌-ଓ୍ଵାନ୍‌ ରୋଲିଂ ଟୁଲ୍‌ ବକ୍ସ ସେଟ୍‌ର ବଜାର ପ୍ରବେଶ କରାଯାଇଛି। ଉପର ଭାଗରେ ଥିବା ଟୁଲ୍‌ ବାକ୍ସର ଆକାର ୫୧X୨୬X୨୩ ସେମି ରହିଥିବାବେଳେ ତଳ ରୋଲିଂ ଟୁଲ୍‌ ବାକ୍ସର ଆକାର ୬୧X୩୭X୩୭ ସେମି ରହିଛି। ଏହି ଟୁଲ୍‌ ବାକ୍ସରେ ସୁଦୃଢ଼ ରବର ଚକା ଲାଗିଛି। ଉପର ବାକ୍ସ ଭିତରେ ବାହାର କରାଯାଇ ପାରୁଥିବା ଟ୍ରେ ରହିଛି। ଏହି ବାକ୍ସରେ ଏକ ବାହାରକୁ ଟଣା ଯାଇ ପାରୁଥିବା ଷ୍ଟିଲ ହ୍ୟାଣ୍ଡେଲ ଏବଂ ଆରାମଦାୟକ ଗ୍ରିପ୍‌ ରହିଛି। ଟାପାରିଆ ଟୁଲ୍ସର ଦେଶରେ ୩୫୦ରୁ ଅଧିକ ବିତରକ ରହିଛନ୍ତି। ଭାରତରେ କମ୍ପାନି ଏହାର ସାମଗ୍ରୀ ବିକ୍ରି କରିବା ସହିତ ବ୍ରିଟେନ୍‌, ଆମେରିକା, ଡେନମାର୍କ, ଇସ୍ରାଏଲ, ଜର୍ମାନୀ, ସ୍ୱିଡେନ୍‌, ନରେଓ୍ଵ, ଫିନଲାଣ୍ଡ, ଦୁବାଇ, କୁଏତ୍‌, ତାଞ୍ଜାନିଆା, କେନିଆ, ହଂକଂ, ଥାଇଲାଣ୍ଡ, ମେକ୍ସିକୋ, ବ୍ରାଜିଲ, ପାନାମା, ଆର୍ଜେଣ୍ଟିନା ଆଦି ଦେଶକୁ ରପ୍ତାନି କରୁଛି।

ସମ୍ବନ୍ଧିତ ଖବର