ଉଷା ମାର୍ଟିନକୁ ୪୦୯୪ କୋଟି ଟଙ୍କାରେ କିଣିଲା ଟାଟା ସ୍ପଞ୍ଜ

ଭୁବନେଶ୍ୱର : ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା, ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ୍ ପକ୍ଷରୁ ଉଷା ମାର୍ଟିନ୍ ଲିମିଟେଡ୍ (ୟୁଏମ୍ଏଲ୍)ର ଇସ୍ପାତ ବ୍ୟବସାୟକୁ ଅଧିଗ୍ରହଣ କରାଯାଇଛି । ଉଷା ମାର୍ଟିନର ଇସ୍ପାତ କାରବାରକୁ ଅଧିଗ୍ରହଣ କରିବା ପାଇଁ ୨୦୧୮ ସେପ୍ଟେମ୍ବରରେ ଟାଟା ଷ୍ଟିଲ୍ ବୁଝାମଣା ସ୍ୱାକ୍ଷର କରିଥିଲା । କଂପାନି ପକ୍ଷରୁ ୪୦୯୪ କୋଟି ଟଙ୍କାରେ ଉଷା ମାର୍ଟିନର ଇସ୍ପାତ ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟକୁ ଅଧିଗ୍ରହଣ କରାଯାଇଛି ।

ଏଥିରେ ଜାମସେଦପୁର ଠାରେ ଥିବା ୟୁଏମ୍ଏଲର ୧.୦ ଏମଟିପିଏ ଇସ୍ପାତ କାରଖାନା ରହିଛି । ଉଷା ମାର୍ଟିନର ଲୁହାପଥର ଓ କୋଇଲା ଖଣିକୁ ମଧ୍ୟ ଟାଟା ଅଧିଗ୍ରହଣ କରିଛି । ଏହି ଅବସରରେ ଟାଟା ସ୍ପଞ୍ଜର ପରିଚାଳନା ନିର୍ଦେଶକ ସଞ୍ଜୟ ପଟ୍ଟନାୟକ କହିଛନ୍ତି ଯେ ଭାରତ ଅଭିବୃଦ୍ଧି ପଥରେ ଥିବା ବେଳେ ସମସ୍ତ ଇସ୍ପାତ କଂପାନି ପାଇଁ ଏହି ଅଭିବୃଦ୍ଧିର ସୁଯୋଗକୁ ହାସଲ କରିବାର ସମ୍ଭାବନା ରହିଛି । ଓୟାର ରଡ୍ ଉତ୍ପାଦନରେ ଉଷା ମାର୍ଟିନର ସୁନାମ ରହିଥିବା ବେଳେ ବଜାରରେ ଏହାର ସୁନାମ ମଧ୍ୟ ଭଲ ରହିଛି ।

ସମ୍ବନ୍ଧିତ ଖବର