ଭୂଷଣ ଷ୍ଟିଲ୍‌ ଉତ୍ପାଦନ କ୍ଷମତାକୁ ବଢ଼ାଇବ ଟାଟା

ନୂଆଦିଲ୍ଲୀ: ଭୂଷଣ ଷ୍ଟିଲ୍‌ର ଉତ୍ପାଦନ କ୍ଷମତାକୁ ବାର୍ଷିକ ୪ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖିଛି ଟାଟା ଷ୍ଟିଲ। ଏଥିପାଇଁ ଟାଟା ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛି। ଓଡ଼ିଶାରେ ଥିବା ଭୂଷଣ ଷ୍ଟିଲ୍‌ କାରଖାନାର ସ୍ଥାପିତ କ୍ଷମତା ହେଉଛି ୫ ନିୟୁତ ଟନ୍। ମାତ୍ର ଏହା ଏବେ ୩.୫ ନିୟୁତ ଟନ୍ ଉତ୍ପାଦନ କ୍ଷମତାକୁ ଉପଯୋଗ କରୁଛି। ସେହି କ୍ଷମତାକୁ ୪ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଟାଟା ଚାହୁଛି। ୨୦୧୯ ମାର୍ଚ ସୁଦ୍ଧା କଂପାନି ଏହି ଲକ୍ଷ୍ୟ ହାସଲ କରିବାକୁ ଚାହୁଛି। ଭୂଷଣ ଯୋଗୁ କଳିଙ୍ଗନଗର ସଂପ୍ରସାରଣ ପ୍ରକଳ୍ପ ପ୍ରଭାବିତ ହେବ ନାହିଁ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର