ଟାଟା ମୋଟର୍ସ ଲଞ୍ଚ୍‌ କଲା ନୂଆ ନେକ୍ସନ ଏଏମ୍‌ଟି

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ମୋଟରଗାଡ଼ି ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ନୂଆ କାର୍‌ ନୂତନନେକ୍ସନ ଏଏମ୍‌ଟିର ବଜାର ପ୍ରବେଶ ସମ୍ପର୍କରେ ଘେଷଣା କରାଯାଇଛି। ଏଥିରେ ଇକୋ, ସିଟି ଏବଂ ସ୍ପୋର୍ଟସ୍‌ ଆଦି ୩ଟି ଡ୍ରାଇଭ୍‌ ମୋଡ୍‌ ରହିଛି। ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ୍‌ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି। ଏଥିରେ ଆଣ୍ଟି ଷ୍ଟଲ୍‌, କିକ୍‌ ଡାଉନ୍‌ ଏବଂ ଫାଷ୍ଟ ଅଫ୍‌ ଆଦି ବୈଶିଷ୍ଟ୍ୟ ରହିଛି। ଏହା ଆକର୍ଷଣୀୟ ନୂତନ ଏଟନା ଅରେଞ୍ଜ ବଡି କଲର ସହିତ ସୋନିକ୍‌ ସିଲଭର୍‌ ଡୁଆଲ୍‌ ଟୋନ୍‌ ରୁଫ୍‌ ଅପସନ୍‌ରେ ଉପଲବ୍ଧ ହେଉଛି।

ନେକ୍ସନ ଏଏମ୍‌ଟି ରେ ହାଇପର୍‌ ଡ୍ରାଇଭ୍‌ ସେଲପ୍‌ ସିଫ୍ଟ ଗିୟର ସୁବିଧା ରହିଛି। ଏଥିରେ ୨ ପେଡାଲ୍‌ ଟ୍ରାନ୍ସମିଶନ ରହିଛି। ଏହାର ପେଟ୍ରୋଲ ଭ୍ୟାରିଆଣ୍ଟ ୧.୨ ଟ୍ରୁବୋଚାର୍ଜଡ୍‌ ରିଭୋଟ୍ରୋନ୍‌ର ଦିଲ୍ଲୀ ଏକ୍ସ-ଶୋ’ରୁମ୍‌ ମୂଲ୍ୟ ୯.୪୧ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ଡିଜେଲ୍‌ ଭ୍ୟାରିଆଣ୍ଟ ୧.୫ ଟ୍ରୁବୋଚାର୍ଜଡ୍‌ ରିଭୋଟ୍ରୋନ୍‌ର ମୂଲ୍ୟ ୧୦.୩ ଲକ୍ଷ ଟଙ୍କା ରହିଛି। ଜେନନ୍‌ ଏଏମ୍‌ଟିରେ ୨୦୯ ଏମ୍‌ଏମ୍‌ ଗ୍ରାଉଣ୍ଡ କ୍ଲିଅରାନ୍ସ, ଟ୍ରାନ୍ସମିଶନ କଣ୍ଟ୍ରୋଲର, ୧୧୦ ପିଏସ୍‌ ପାୱାର ଆଉଟ୍‌ପୁଟ୍‌, ଟ୍ରୁବୋଚାର୍ଜଡ୍‌ ମୋଟର, େଓରବୁଲ୍‌ ପେପ୍‌ କି, ରିଷ୍ଟ ବ୍ୟାଣ୍ଡ୍‌ ଏବିଏସ୍‌ ଇଲୋକ୍ଟିକସ୍‌ ବ୍ରେକ୍‌ ଫୋର୍ସ, ସ୍ମାର୍ଟ ହିଲ୍‌ ଆସିଷ୍ଟାଣ୍ଟ, ୩୫୦ ଲିଟର ବୁଟ୍‌ ସ୍ପେଶ୍‌, ଏବଂ ୫୦:୪୦ ସିଟ୍‌ ସ୍ପ୍ଲିଟ୍‌ ଆଦି ବୈଶିଷ୍ଟ୍ୟ ରହିଛି। ଅତିରିକ୍ତ ଭାବେ ଏଥିରେ ୬.୫ ଇଞ୍ଚ ଫ୍ଲୋଟିଂ ଡ୍ୟାଶ୍‌ ଟପ୍‌ ଟଚ୍‌ ସ୍କ୍ରିନ୍‌, ହାରମାନ୍‌-କାରର୍ଡନର ୮-ସ୍ପିକର ସିଷ୍ଟମ୍‌, ଆଣ୍ଡ୍ରଏଡ୍‌ କନେକ୍ଟିଭିଟି, ଭିଡ଼ିଓ ପ୍ଲେବ୍ୟାକ୍‌ ତଥା ଇମେଜ୍‌ ଭିୟୁଙ୍ଗ୍‌ ଅପସନ୍‌ ଆଦି ସୁବିଧା ରହିଛି।

ସମ୍ବନ୍ଧିତ ଖବର