ଟାଟା ମୋଟରର୍ସ ପକ୍ଷରୁ ପାର୍ବଣ ଋତୁରେ ’ତିନ୍‌ କା ତିହ୍ଵାର’ ଅଫର

ନୂଆଦିଲ୍ଲୀ : ଭାରତରେ ଅଗ୍ରଣୀ କମ୍ପାନୀ ଟାଟା ମୋଟରର୍ସ ପକ୍ଷରୁ ଚଳିତ ପାର୍ବଣ ଋତୁରେ ’ ତିନ୍‌ କା ତିହ୍ଵାର’ ସ୍ୱତନ୍ତ୍ର ଅଫର ଅଭିଯାନ ଆୟୋଜନ କରାଯାଇଛି। କମ୍ପାନୀର ଟାଟା ଏସ୍‌ କ୍ଷୁଦ୍ର ବ୍ୟବସାୟିକ ଯାନର ସଫଳ ବିକ୍ରି ନେଇ ଆରମ୍ଭ ହୋଇଛି। ପ୍ରତି ୩ ମିନିଟ୍‌ରେ ଦେଶରେ ଗୋଟିଏ ଏସ୍‌ ଯାନ ବିକ୍ରି ହେଉଛି। ବର୍ତମାନ ସୁଦ୍ଧା କମ୍ପାନୀ ୨୦ ଲକ୍ଷରୁ ଅଧିକ ଟାଟା ଏସ୍‌ ଯାନ ବ୍ରିକି ହୋଇପାରିଛି। କମ୍ପାନୀ ପକ୍ଷରୁ ଏହି ଅଭିଯାନ ଅ‘ର୍ଗତ 3ଟି ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି । ପ୍ରତି ଟାଟା ମୋଟର ଏସସିଭି ଯାନ କ୍ରୟରେ ଗ୍ରାହକଙ୍କୁ ମାଗଣା ଗୋଲ୍ଡ କଏନ୍‌, ୧୦ ଲକ୍ଷ ଟଙ୍କାର ପର୍ସନାଲ ବୀମା ଏବଂ ଆକର୍ଷଣୀୟ ମାସିକ ଗ୍ରାହକ ଯୋଜନା ଆଦି ଉପଲବ୍ଧ କରାଯିବ। ଏହି ଅଫରନଭେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ଯାନ ସମେତ ଟାଟା ଏସ୍‌ ଗୋଲ୍ଡରେ ମଧ୍ୟ ଉପଲବ୍ଧ ହେବ । ଏହି ଅବସରରେ ଟାଟା ମୋଟରର୍ସ ସେଲସ୍‌ ଏବଂ ମାର୍କେଟିଙ୍ଗ ମୁଖ୍ୟ ଆର.ଟି. ୱାସନ୍‌ କହିଲେ, ‘ ଟାଟା ଏସ୍‌ ୨୦୦୫ ରେ ବଜାର ପ୍ରବେଶ କରିବା ଦିନଠାରୁ ବେଶ୍‌ ସଫଳ ରହିବା ସହିତ ପରିବହନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି। ପ୍ରତି ୩ ମିନିଟରେ ଏହି ଯାନ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟରର୍ସ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ମାସ ବ୍ୟାପି ଆକର୍ଷଣୀୟ ଯୋଜନା ଆରମ୍ଭ କରିଛି। ଏସ୍‌ ରେ୍‌ ଗ୍ରାହକଙ୍କ ବ୍ୟବସାୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଉଛି ।

ସମ୍ବନ୍ଧିତ ଖବର