ଇଲେକଟ୍ରିକ୍‌ କାର କ୍ଷେତ୍ରରେ ଟାଟା ମୋଟର୍ସର ପ୍ରବେଶ

ସାନନ୍ଦ ପ୍ଲାଣ୍ଟରୁ ବାହାରିଲା ଇ-ଟିଗୋର କାରର ପ୍ରଥମ ଦଫା

ସାନନ୍ଦ-ଟାଟା ମୋଟର୍ସ ଏବେ ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଛି । କେବଳ ଟାଟା ମୋଟର୍ସ ନୁହେଁ, ଅନ୍ୟ ପ୍ରମୁଖ କମ୍ପାନି ମହିନ୍ଦ୍ରା ମଧ୍ୟ ଏ କ୍ଷେତ୍ରରେ ପ୍ରବେଶ କରିସାରିଛି । ବୁଧବାରଦିନ ଟାଟା ମୋଟର୍ସ ପକ୍ଷରୁ ଇ-ଟିଗର୍‌ ଇଲେକଟ୍ରିକ୍‌ କାରର ପ୍ରଥମ ବ୍ୟାଚ୍‌ ସାନନ୍ଦ ପ୍ଲାଣ୍ଟରୁ ବାହାରିଛି ।

କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିଃ (ଇଇଏସଏଲ) ପକ୍ଷରୁ ୧୦ ହଜାର ଇଲେକଟ୍ରିକ୍‌ କାର୍‌ ଖରିଦ ପାଇଁ ଟେଣ୍ଡର ଡକାଯାଇଥିଲା । ଏଥିରେ ଟାଟା ମୋଟର୍ସ ବିଜୟୀ ହୋଇ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫୦ କାର୍‌ ଯୋଗାଇବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା ।

ଏସବୁ ନୂଆ ପରିବେଶ ଅନୁକୂଳ ଇ-ଟିଗୋର୍‌ କାରଗୁଡିକୁ ଟାଟା ଗ୍ରୁପ ତରଫରୁ ରତନ ଟାଟା, ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ଓ ଟାଟା ମୋଟର୍ସ ଏମଡି ଗୁଣ୍ଟର ବତସେକ୍‌ ପତାକା ଦେଖାଇ ଉନ୍ମୋଚନ କରିଥିଲେ ।

ଅନ୍ୟପକ୍ଷରେ ମହିନ୍ଦ୍ରାକୁ ମଧ୍ୟ ପ୍ରାୟ ୧୫୦ ଇ-ଭେରିଟୋ ଇଲେକଟ୍ରିକ୍‌ କାର ଯୋଗାଣ ପାଇଁ ଅର୍ଡର ଦିଆଯାଇଛି ।

ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍‌ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି ।

ସମ୍ବନ୍ଧିତ ଖବର