ଭାରତୀୟ ବଜାରରେ ନୂଆ ଟାଟା ଏସିଇ ଗୋଲ୍ଡ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଟାଟା ମୋଟର୍ସ ପକ୍ଷରୁ ଟାଟା ଏସିଇ ଗୋଲ୍ଡ- ଦି ଅରିଜିନାଲ୍‌ ଛୋଟା ହାଥୀର ଶୁଭାରମ୍ଭ କରାଯାଇଛି। ଏହା ଟାଟା ମୋଟର୍ସର ଏକ ଉତ୍କୃଷ୍ଟ ଉଦ୍ଭାବନ, ଯାହା ଟାଟାର ଉତ୍କର୍ଷତାକୁ ପ୍ରତିପାଦିତ କରୁଛି। ’କାମିୟାବି କଲ୍‌, ଆଜ୍‌ ଔର୍‌ କଲ୍‌’ ବ୍ରାଣ୍ଡ୍‌ ଅଭିଯାନ ସହିତ ଏହି ଗାଡ଼ିଟି ମାତ୍ର ୩.୭୫ ଲକ୍ଷ ଟଙ୍କାରେ ବଜାରରେ ଆର୍କଟିକ୍‌ ହ୍ଵାଇଟ୍‌ ରଙ୍ଗରେ ଉପଲବ୍ଧ । ଏହି ଟାଟା ଯାନରେ ଶକ୍ତିଶାଳୀ କାର୍ଯ୍ୟସମ୍ପନ୍ନ ୭୦୨ ସିସି ସିଲିଣ୍ଡର ଆଇଡିଆଇ ଇଂଜିନ୍‌କୁ ସଂଯୋଗ କରାଯାଇଛି। ଏହା କମ୍‌ ମୂଲ୍ୟରେ ଉପଲବ୍ଧ ହେବା ସହିତ ଓ ଏଥିରେ କ୍ଷତି ହେବାର ଆଶଙ୍କା କମ୍‌ ରହୁଛି। ଏହି ଯାନ ଟାଟା ଆଲର୍ଟ, ଟାଟା ଡିଲାଇଟ୍‌, ଟାଟା ଜିପି ଓ ଟାଟା କବଚ ଆଦି ସେବା ଯୋଗାଉଛି। ୨୦୦୫ ରେ ଶୁଭାରମ୍ଭ ହୋଇଥିବା ଟାଟା ଏସିଇ ସାରା ଦେଶରେ ପରିବହନ କ୍ଷେତ୍ରରେ ଉକ୍ରର୍ଷତା ପ୍ରଦାନ କରୁଛି। ଟାଟା ମୋଟର୍ସର ଦେଶରେ ଏପର୍ଯ୍ୟନ୍ତ ୧୮୦୦ଟି ସର୍ଭିସ୍‌ କେନ୍ଦ୍ର ରହିଛି, ଯେଉଁଗୁଡ଼ିକୁ ପ୍ରତି ୬୨ କିମି ବ୍ୟବଧାନରେ ସ୍ଥାପନ କରାଯାଇଛି। ଏ ଅବସରରେ ଗିରିଶ ୱାଗ୍‌, ସଭାପତି, କମର୍ସିଆଲ୍‌ ଭେଇକିଲ୍‌ ବିଜନେସ୍‌ ୟୁନିଟ କହିଛନ୍ତି ଯେ, ‘ଟାଟା ମୋଟର୍ସ କ୍ଷୁଦ୍ର ବାଣି ଗାଡ଼ି ନିର୍ମାଣ କରିବାରେ ଏବଂ ଏହାକୁ ବଜାରରେ ପ୍ରସାରିତ କରିବାରେ ଭାରତରେ ଅଗ୍ରଣୀ ରହିଆସିଛି। ୬୮% ମାର୍କେଟ୍‌ ଶେୟାର ସହ ଏହା ମିନି ଟ୍ରକ୍‌ ସେଗ୍‌ମେଣ୍ଟର ନେତୃତ୍ୱ ନେଇଆସିଛି। ଉତ୍କର୍ଷ ବୈଶିଷ୍ଟ୍ୟତା ଓ ୩.୭୫ ଲକ୍ଷ ଟଙ୍କାର ଆକର୍ଷଣୀୟ ମୂଲ୍ୟ ସହିତ ଟାଟା ମୋଟର୍ସ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି।

ସମ୍ବନ୍ଧିତ ଖବର