ବ୍ୟକ୍ତିଗତ ବ୍ୟବହାର ଇଲେକଟ୍ରିକ୍‌ କାର ବଜାରକୁ ଛାଡିବ ଟାଟା ମୋଟର୍ସ

ମୁମ୍ବାଇ : ଟାଟା ମୋଟର୍ସ ପକ୍ଷରୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଇଲେକ୍ଟ୍ରିକ କାର ବଜାରକୁ ଛଡାଯିବ । ଗୋଟିଏ ଥର ଚାର୍ଜ କଲେ ଏଗୁଡ଼ିକ ପ୍ରାୟ ୨୨୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଟାଟା ପୂର୍ବରୁ ବିଭିନ୍ନ କମ୍ପାନି ବା ସରକାରଙ୍କ ପାଇଁ ଇଲେକ୍ଟ୍ରିକ କାର ଛାଡୁଥିବାବେଳେ ଏଣିକି ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ବଜାରକୁ ଛାଡିବ । ପୂର୍ବରୁ କମ୍ପାନି ଟିଗୋର ଓ ଟିଆଗୋ ବ୍ରାଣ୍ଡରେ ଏସବୁ କାର ଛାଡୁଥିଲା । ଏବେ ଆଲଫା ବ୍ରାଣ୍ଡରେ ମଧ୍ୟ ଇଲେକ୍ଟ୍ରିକ କାର ଛାଡିବ ।

ଗତ ୨୦୧୭ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିଃ (ଇଇଏସଏଲ) ପକ୍ଷରୁ ୧୦ ହଜାର ଇଲେକଟ୍ରିକ୍‌ କାର୍‌ ଖରିଦ ପାଇଁ ଟେଣ୍ଡର ଡକାଯାଇଥିଲା । ଏଥିରେ ଟାଟା ମୋଟର୍ସ ବିଜୟୀ ହୋଇ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫୦ କାର୍‌ ଯୋଗାଇବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା । ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍‌ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି ।

ସମ୍ବନ୍ଧିତ ଖବର