ଟାଟା ସ୍କାଏ ଓ ଏୟାରଟେଲ୍‌ ଡିଟିଏଚ ବ୍ୟବହାରକାରୀ ମାଗଣାରେ ଦେଖି ପାରିବେ ଆଇପିଏଲ୍‌ର ସମସ୍ତ ମ୍ୟାଚ

ନୂଆଦିଲ୍ଲୀ: ଇଣ୍ଡିୟାନ୍‌ ପ୍ରିମିୟମ ଲିଗ (ଆଇପିଏଲ୍‌ ୨୦୧୯) ଆରମ୍ଭ ହୋଇଯାଇଛି। ଭାରତ ସମେତ ଦୁନିଆର କ୍ରିକେଟ ପ୍ରେମୀ ଏହି କ୍ରିକେଟ ଲିଗ୍‌ ଆରମ୍ଭ ହେବାର ଅପେକ୍ଷା କରି ରହିଛନ୍ତି। ଭାରତରେ ଆଇପିଏଲ ଲିଗର ଲୋକପ୍ରିୟତାକୁ ଦେଖି କେତେକ ଡାଇରେକ୍ଟ ଟୁ ହୋମ୍‌ ସର୍ଭିସ୍‌ ପ୍ରୋଭାଇଡର ନିଜର ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଏହି ଲିଗ୍‌ର ପ୍ରସାରଣ କରୁଛନ୍ତି।

Business Standard

ଭାରତରେ ଟାଟା ସ୍କାଏ, ଏୟାରଟେଲ ଡିଜିଟାଲ ଟିଭି କ୍ରିକେଟ ପ୍ରେମୀଙ୍କୁ ମାଗଣାରେ ସ୍ପୋର୍ଟସ ଚ୍ୟାନେଲ ଦେଖାଉଛନ୍ତି। ଟାଟା ସ୍କାଏ ପ୍ରଥମରୁ ଘୋଷଣା କରି ସାରିଛି କି ସେ ନିଜର ବ୍ୟବହାରକାରୀଙ୍କୁ ମାର୍ଚ୍ଚ ୨୩ରୁ ଷ୍ଟାର ସ୍ପୋଟର୍ସ ୧ହିନ୍ଦୀ, ଷ୍ଟାର ସ୍ପୋଟର୍ସ ୧ ତାମିଲ, ଷ୍ଟାର ସ୍ପୋଟର୍ସ ୧ ତେଲୁଗୁ, ଷ୍ଟାର ସ୍ପୋଟର୍ସ ୧ କନ୍ନଡ଼ ଓ ଷ୍ଟାର ସ୍ପୋଟର୍ସ ୧ବଙ୍ଗଳା ଚ୍ୟାନେଲକୁ ମାଗଣାରେ ସବସ୍କ୍ରିପସନ୍‌ ଦେବ। ଟାଟା ସ୍କାଏ ଡିଟିଏଚ ବ୍ୟବହାରକାରୀ ବିନା ମୂଲ୍ୟରେ ଆଇପିଏଲ୍‌ ଫାଇନାଲ ଲିଗ ମାଗଣାରେ ଦେଖି ପାରିବେ। ଏଥିସହିତ ଟାଟା ସ୍କାଏ ୯୬ ଚ୍ୟାନେଲ ଥିବା ଫେମିଲି ସ୍ପୋଟର୍ସ ଏଚଡି ପ୍ୟାକ୍‌ ବି ଲଞ୍ଚ କରିଛି। ଏହାର ମୂଲ୍ୟ ପ୍ରତିମାସକୁ ୬୪୬ ଟଙ୍କା ହେବ।

Komparify

ସେହିପରି ଡିଡି ସ୍ପୋଟର୍ସରେ ବି ଆଇପିଏଲ୍‌ ମ୍ୟାଚ ଦେଖି ପାରିବେ। କିନ୍ତୁ ଦୁଇଘଣ୍ଟା ବିଳମ୍ବରେ ପ୍ରସାରଣ ହେବ। ଏୟାରଟେଲ ଡିଜିଟାଲ ଟିଭି ବି ନିଜର ନୂଆ ଓ ପୁରୁଣା ବ୍ୟବହାରଙ୍କୁ ଆଇପିଏଲ୍‌ ୨୦୧୯ ସିଜନରେ ସ୍ପୋଟର୍ସ ଚ୍ୟାନେଲ ମାଗଣାରେ ଦେଖାଉଛନ୍ତି।

ସମ୍ବନ୍ଧିତ ଖବର