ଟାଟା ଷ୍ଟିଲ୍‌ କଳିଙ୍ଗନଗରକୁ ୪୦୦ କେଭିରେ ବିଦ୍ୟୁତ ଯୋଗାଣ

ଭବନେଶ୍ୱର: ଟାଟା ଷ୍ଟିଲ୍‌ର କଳିଙ୍ଗ ନଗର ପ୍ରକଳ୍ପକୁ ୪୦୦ କେଭିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଯାଇଛି। ନିଉ ଡୁବୁରିରେ ଥିବା ଓପିଟିସିଏଲ୍‌ର ଇଣ୍ଟର-ଷ୍ଟେଟ୍‌ ଗ୍ରିଡ୍‌ ଏସ୍‌/ଏସ୍‌ରୁ ଏହି ବିଦ୍ୟୁତ ଯୋଗାଣ କରାଯାଉଛି। ଏହି ପ୍ରକଳ୍ପ କାମକୁ ଏ କେ ଦାସ ଆସୋସିଏଟସ୍‌ ଲିମିଟେଡ୍‌ ପକ୍ଷରୁ ସମାପନ କରାଯାଇଛି। ଏହି ସଂସ୍ଥାର ଏମ୍‌ଡି ଅମିୟ କାନ୍ତ ଦାସ, ଓପିଟିସିଏଲ୍‌ ଓ ଟାଟା ଷ୍ଟିଲ୍‌ ଅଧିକାରୀଙ୍କ ଗହଣରେ ୪୦୦ କେଭି ଟ୍ରାନ୍ସମିସନ୍‌ ଲାଇନ୍‌ ଓ ବେ ଏକ୍ସଟେନ୍‌ସନ୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟାଟା ଷ୍ଟିଲ୍‌ର କଳିଙ୍ଗ ନଗର ପ୍ରକଳ୍ପକୁ ଓପିଟିସିଏଲ୍‌ଠାରୁ ୨୨୦ କେଭି ଲାଇନ୍‌ରେ ୧୨୦ ମେଗାଓ୍ଵାଟ୍‌ ବିଦ୍ୟୁତ ଶକ୍ତି ହାସଲ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ପରବର୍ତୀ ସମୟରେ ୨୦୦ ମେଗାଓ୍ଵାଟ୍‌ ବିଦ୍ୟୁତ ଶକ୍ତି ପାଇଁ ଟାଟା ଷ୍ଟିଲ୍‌ ଆବେଦନ କରିଥିଲା। କିନ୍ତୁ ୨୨୦ କେଭି ଲାଇନ୍‌ରେ ୨୦୦ ମେଗାଓ୍ଵାଟ୍‌ ବିଦ୍ୟୁତ ଶକ୍ତି ଯୋଗାଇବା ସମ୍ଭବ ନଥିଲା। ସେଥିପାଇଁ ଓପିଟିସିଏଲ୍‌ର ସିଏମ୍‌ଡି ହେମନ୍ତ ଶର୍ମା ୪୦୦ କେଭିରେ ବିଦ୍ୟୁତ ଶକ୍ତି ଯୋଗାଣ କରିବା ପାଇଁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର