ହସ୍ତତନ୍ତ ବୁଣାକାରଙ୍କୁ ଉଦ୍ୟୋଗୀ କରିବ ଟାଟା ଟ୍ରଷ୍ଟସ୍‌

ମାଣିଆବନ୍ଧରେ ଖୋଲିବ ଆଇଡିସି

ଭୁବନେଶ୍ବର: ଟାଟା ଟ୍ରଷ୍ଟସ୍‌ ପକ୍ଷରୁ କଟକ ଜିଲ୍ଲା ବଡ଼ମ୍ବାର ମାଣିଆବନ୍ଧର ହସ୍ତତନ୍ତ ବୁଣାକାରଙ୍କୁ ଲଘୁ ଉଦ୍ୟୋଗୀରେ ପରିଣତ କରିବା ଅଭିଯାନ ଆରମ୍ଭ କରାଯାଇଛି। ଟ୍ରଷ୍ଟ୍‌ ତରଫରୁ ମାଣିଆବନ୍ଧ ଠାରେ ଏକ ‘ଇନ୍‌କୁବେସନ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର (ଆଇଡିସି) ସ୍ଥାପନ କରାଯାଇଛି। ସେହି କେନ୍ଦ୍ରରେ ବୁଣାକାରମାନଙ୍କୁ ଉଦ୍ୟୋଗୀ ହେବା, ଯୋଗାଯୋଗ ଦକ୍ଷତା ବଢ଼ାଇବା, କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, ସୋସିଆଲ ମିଡିଆରେ ନିଜ ଉତ୍ପାଦର ପ୍ରଚାର କରିବା, ଦେଶବିଦେଶର ବଜାରକୁ ସୁହାଇବା ଭଳି ଉତ୍ପାଦ ପ୍ରସ୍ତୁତ କରିବା, ନୂତନ ଡିଜାଇନ ସହିତ ପରୀକ୍ଷାନିରୀକ୍ଷା କରିବା ଭଳି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ଅଭିଯାନ ଜରିଆରେ ଟାଟା ଟ୍ରଷ୍ଟସ୍‌ ପକ୍ଷରୁ ମାଣିଆବନ୍ଧରେ ୫୦-୫୫ ଲଘୁ ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଟ୍ରଷ୍ଟ୍‌ର ମୁଖ୍ୟ-କ୍ରାଫ୍ଟସ୍‌ ଶାରଦା ଗୌତମ କହିଛନ୍ତି। ସେ କହିଲେ, ଏହି ଅଭିଯାନ ‌ହେଉଛି ଟ୍ରଷ୍ଟ୍‌ର ‘ଅନ୍ତରଣ’ ଅଭିଯାନ‌ର ଏକ ଅଂଶ। ଏହି ଅଭିଯାନରେ ଓଡ଼ିଶା, ନାଗାଲ୍ୟାଣ୍ଡ୍ ଓ ଆସାମରେ ୬ଟି ଆଇଡିସି ସ୍ଥାପନ କରାଯିବ ଏବଂ ୩୦୦ ଲଘୁ ଉଦ୍ୟୋଗ ସୃଷ୍ଟି କରାଯିବ। ପ୍ରତିଟି ଉଦ୍ୟୋଗରେ ୧୦ ଜଣ ଲେଖାଏଁ ଲୋକଙ୍କୁ ନିଯୁକ୍ତି ମିଳିବ। ତିନି ରାଜ୍ୟରେ ୬ଟି ହସ୍ତତନ୍ତ କ୍ଲଷ୍ଟର ଚିହ୍ନଟ କରି ଆଇଡିସି ସ୍ଥାପନ କରାଯିବ। ଓଡ଼ିଶାରେ ମାଣିଆବନ୍ଧ ଗୋଟିଏ କ୍ଲଷ୍ଟର ହୋଇଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟ ଦୁଇଟି କ୍ଲଷ୍ଟର୍‌କୁ ଚିହ୍ନଟ କରାଯିବ ବୋଲି ଶ୍ରୀ ଗୌତମ କହିଛନ୍ତି।

ସମ୍ବନ୍ଧିତ ଖବର