ମାରୁତି ଵଲେନୋକୁ ଟକ୍କର ଦେବାକୁ ଟାଟା ଲଞ୍ଚ କରିବ ‘ଅଲତ୍ରୋଜ଼’

ମୁମ୍ବାଇ: ଭାରତୀୟ କାର ବଜାରରେ ଏବେ ପ୍ରତିଯୋଗିତା ଜୋରସୋରରେ ଚାଲିଛି | ନୂଆ ନୂଆ ଫିଚର ସହ ଲାଭଜନକ ସ୍କିମ ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କାର କମ୍ପାନୀମାନେ ଲାଗିପଡିଛନ୍ତି | ଏହି କ୍ରମରେ ଟାଟା ମୋଟର୍ସ ମଧ୍ୟ ପଛରେ ପଡ଼ିନାହିଁ | ନିଜର ନୂଆ କାର ଅଲତ୍ରୋଜ଼କୁ ଏବେ କମ୍ପାନୀ ଲଞ୍ଚ କରିବାକୁ ଯାଉଛି | ଏହି କାର ମଧ୍ୟବିତ୍ତ ବର୍ଗର ଗ୍ରାହକଙ୍କ ଲାଗି ଏକ ଭଲ ବିକଳ୍ପ ଭାବେ ଉଭା ହେବ।

୨୦୧୮ ଅଟୋ ଏକ୍ସପୋରେ ଟାଟା ଏହି କାରର ଝଲକ ପ୍ରଦର୍ଶନ କରିଥିଲା | କିଛି ମାସ ମଧ୍ୟରେ ଏହି କାର ଲଞ୍ଚ ହେବାକୁ ଯାଉଥିବାବେଳେ ଏହାର ସିଧାସଳଖ ମୁକାବିଲା ମାରୁତି ଵଲେନୋ ସହ ହେବ |

କାରର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ୫୦ ହଜାର ହେବ ବୋଲି ଆକଳନ କରାଯାଉଛି | କିଛିଦିନ ତଳେ ଟାଟା ମୋଟର୍ସ ପକ୍ଷରୁ ଟାଟା ଟିଆଗୋ, ଟାଟା ଟିଗୋରରେ ୮୬ ହଜାର ଟଙ୍କାର ରିହାତି ଘୋଷଣା କରାଯାଇଥିଲା | ନ୍ୟାସନାଲ ଏକ୍ସଚେଞ୍ଜ ଯୋଜନା ମାଧ୍ୟମରେ ଏହି ଲାଭ ମିଳିପାରିବ |

ସମ୍ବନ୍ଧିତ ଖବର