ଏଣିକି ଆପଣ ଗୋଟିଏ ମିନିଟ୍‌ରେ ଏପରି କରିପାରିବେ ତତ୍କାଳ ଟିକେଟ

ଫେଷ୍ଟିଭ୍‌ ସିଜନର ଆରମ୍ଭ ହୋଇଯାଇଛି। ଏହି ସମୟରେ ଟ୍ରେନ୍‌ ଟିକେଟ୍‌ ପାଇବା ପାଇଁ ଯାତ୍ରୀମାନଙ୍କୁ ଅନେକ ହନ୍ତସନ୍ତ ହେବାକୁ ପଡ଼ିଥାଏ। ପର୍ବପର୍ବାଣୀରେ ଯେତେବେଳେ ବି ବାହାରକୁ ଯିବାକୁ ଚେଷ୍ଟା କରିଥାଉ ଠିକ୍‌ ସମୟରେ ଆମକୁ ଟିକେଟ୍‌ ମିଳି ନଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ପଦ୍ଧତି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଗୋଟିଏ ମିନିଟରେ ତତ୍କାଳ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିପାରିବେ ।

ଯେତେବେଳେ ଆମେ ତତ୍କାଳ ଟିକେଟ୍‌ ପାଇଁ ପ୍ରୋସେସ୍‌ ଆରମ୍ଭ କରୁ ସେତେବେଳେ ଯଦି ୧ ସେକେଣ୍ଡର ମଧ୍ୟ ବିଳମ୍ବ ହେଲେ ମଧ୍ୟ ଆମେ ଟିକେଟ୍‌ ବୁକିଂ କରିପାରି ନଥାଉ । ଏଭଳି ସମୟରେ ଆମକୁ ସ୍ପିଡରେ ଚାଲୁଥିବା ଇଣ୍ଟରନେଟ୍‌ ଏବଂ ବିନା ହାଙ୍ଗ୍‌ ହେଉଥିବା ସିଷ୍ଟମର ଆବଶ୍ୟକତା ରହିଛି,ଯେଉଁଥିରେ ଆମେ ଆମ ବ୍ୟକ୍ତିଗତ ଇନଫରମେସନ୍‌କୁ ଶୀଘ୍ର ଫିଲ୍‌ କରିପାରିବେ ଏବଂ ଟିକେଟ୍‌ ବୁକ୍‌ କରିପାରିବା । ଯଦି ଆପଣ ଏଭଳି କରିପାରୁନାହାନ୍ତି ତେବେ ଆପଣ ‘Tatkal For Sure’ ବ୍ରାଉଜର୍‌ ଏକ୍ସଟେନ୍‌ସନର ବ୍ୟବହାର କରିପାରିବେ । ଏହି ଏକ୍ସଟେନ୍‌ସନ ସାହାଯ୍ୟରେ ଆପଣ ମାତ୍ର କିଛି ସେକେଣ୍ଡରେ ଟିକେଟ୍‌ ବୁକ୍‌ କରିପାରିବେ ।

ଏହି ଏକ୍ସଟେନ୍‌ସନ ଜରିଆରେ ଟିକେଟ୍‌ ବୁକ୍‌ କରିବା ପାଇଁ ଆପଣଙ୍କୁ ଏହି ଷ୍ଟେପକୁ ଫଲୋ କରିବାକୁ ପଡ଼ିବ।

ଯଦି ଆପଣ ଏକ ମିନିଟରୁ କମ୍‌ ସମୟ ମଧ୍ୟରେ ଟିକେଟ୍‌ ବୁକ୍‌ କରିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଗୁଗୁଲରେ ‘Tatkal For Sure’ ବ୍ରାଉଜର୍‌ ଏକ୍ସଟେନ୍‌ସନ୍‌ ସର୍ଚ୍ଚ କରନ୍ତୁ । ଏହା ପରେ ପୁନଶ୍ଚ ଫାୟାରଫକ୍ସ କିମ୍ବା କ୍ରୋମ ଏକ୍ସଟେନ୍‌ସନ ଷ୍ଟୋରରେ ଯାଇ ‘‘Tatkal For Sure’ ’ ର ଡାଇଲଗ୍‌ ବକ୍ସରେ Add to Chrom ରେ କ୍ଲିକ୍‌ କରନ୍ତୁ ।

ଏମିତି କରିବାର କିଛି ସମୟ ମଧ୍ୟରେ କ୍ରୋମ ଏକ୍ସଟେନ୍‌ସନ ଆପଣଙ୍କ ବ୍ରାଉଜରରେ ଆଡ୍‌ ହୋଇଯିବ । ଆଡ୍‌ ହେବା ପରେ ଏହାକୁ ଆଲାଓ କରନ୍ତୁ । ‘Tatkal For Sure’ ଏକ୍ସଟେନ୍‌ସନକୁ କ୍ରୋମ ବ୍ରାଉଚରରେ ଆଡ୍‌ ହେବା ପରେ ଏହା ଉପରେ କ୍ଲିକ୍‌ କରନ୍ତୁ । ଏହା କରିବାର କିଛି ସମୟ ପରେ ନୂଆ ୱିଣ୍ଡୋ ଖୋଲିବ ଯେଉଁଥିରେ ୪ ଟି ଅପ୍ସନ୍‌ ଦିଆଯିବ ଯ। ପ୍ରଥମ irctc ଲଗଇନର ଥିବାବେଳେ ଏହା ଉପରେ କ୍ଲିକ୍‌ କରି irctc ଲଗଇନ ଆଇଡି ଏବଂ ପାସୱାର୍ଡ ଦେଇ ଲଗଇନ୍‌ କରନ୍ତୁ ।

ଏହାପରେ ଦ୍ୱିତୀୟ ପେଜରେ ନିଜ ଟ୍ରିପ୍‌ ଡଟେଲ୍‌ ଦିଅନ୍ତୁ ଯ।ଏହାପରେ ଆପଣ ବୋର୍ଡିଙ୍ଗ ଷ୍ଟେସନ୍‌ ଏବଂ ଆରାଇଭିଙ୍ଗ୍‌ ଷ୍ଟେସନର ବିବରଣୀ ଦିଅନ୍ତୁ । ଏହାପରେ କେଉଁ ଦିନ ଆପଣଙ୍କୁ ଗ୍ରସ୍ତ କରିବାର ଅଛି ତାହା ବିବରଣୀ ଦିଅନ୍ତୁ । ଏହାପରେ ପରବର୍ତ୍ତୀ ପେଜରେ ଆପଣଙ୍କୁ ପେସେଞ୍ଜର ଇନଫୋର ଅପ୍ସନ୍‌ ମିଳିଯିବ । ଏଥିରେ ଆପଣକୁ ସେହି ଲୋକମାନଙ୍କ ଡିଟେଲ୍‌ ଦେବାକୁ ହେବ ଯାହା ସହ ଆପଣ ଯାତ୍ରା କରିପାରିବେ । ଏଠାରେ ଆପଣ ନେଟ୍‌ ବ୍ୟାକିଂଙ୍ଗ୍‌ ଡେବିଟ୍‌ କାର୍ଡ ଏବଂ ପେମେଣ୍ଟ୍‌ ୱଲେଟର ଅପ୍ସନ୍‌ ମଧ୍ୟ ଚୁଜ୍‌ କରିପାରିବେ ।

ଏହା କରିବା ପରେ ବୁକ୍‌ ନାଓରେ କ୍ଲିକ୍‌ କରନ୍ତୁ । ତେବେ ଏହି କଥାର ଧ୍ୟାନ ରଖନ୍ତୁ ଯେ ‘‘Tatkal For Sure’ ’ ବ୍ରାଉଚର ଏକ୍ସଟେନ୍‌ସନ Google Chrome ଏବଂ Firefox Browser ହିଁ ଚାଲିଥାଏ । ଏହାକୁ ଡେଷ୍କଟପ୍‌ ସହ ଆପଣ ମୋବାଇଲ୍‌ ବ୍ରାଉଚରରେ ମଧ୍ୟ ବ୍ୟବହାର କରିପାରିବେ ଯ ତେବେ ଆପଣଙ୍କୁ ୧୦.୦୦ ରୁ ୧୧.୦୦ ଭିତରେ କିଛି ମିନିଟ୍‌ ପୂର୍ବରୁ ‘Tatkal For Sure’ ପେଜରେ ଯିବାକୁ ହେବ । ବୁକିଂ ଟାଇମ୍‌ ଆରମ୍ଭ ହେବା ପୂର୍ବରୁ ଆପଣଙ୍କୁ କେବଳ ଲାଷ୍ଟ୍‌ ପେଜରେ ଯିବାକୁ ପଡିବ ଏବଂ ବୁକ୍‌ ନାଓରେ କ୍ଲିକ୍‌ କରିବାକୁ ପଡିବ । ଏହାପରେ ଏହି ଅନଲାଇନ୍‌ ଟୁଲ୍‌ ସ୍ୱୟଂ ହିଁ ବୁକିଂର ସବୁ କାମ କରିଦେବ ।

ସମ୍ବନ୍ଧିତ ଖବର