ଟୟୋଟା ଆଣିଲା ନୂଆ ସେଦାନ ୟାରିସ୍‌, ଏପ୍ରିଲ୍‌ରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ପ୍ରବେଶ କରିଛି ଟୟୋଟାର ନୂଆ ସେଦାନ ୟାରିସ୍‌ । ଚଳିତ ଅଟୋ ଏକ୍ସପୋ ୨୦୧୮ ଅବସରରେ ଏହାକୁ କମ୍ପାନି ପକ୍ଷରୁ ଲଞ୍ଚ୍‌ କରାଯାଇଛି । ଏଥିରେ ୧୨ ଟି ନୂତନ ବୈଶିଷ୍ଟ୍ୟ ରହିଛି ଓ ନିରାପତ୍ତା ମାଣ୍ଡଦଣ୍ଡଅନୁସାରେ ଏହାକୁ ୫ ତାରକା ଦିଆଯାଇଛି । ଏହା ୧.୫ ଏଲ ଡୁଆଲ ଭିଭିଟି ଗ୍ୟାସୋଲିନ ଇଂଜିନ ସହ ଆସୁଛି । ଏହା ଟୟୋଟାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱସନୀୟତାକୁ ପ୍ରତିପାଦିତ କରିପାରିଛି । ଅନ୍ତର୍ଜାତୀୟ ବଜାରରେ ନୂଆ ୟାରିସ୍‌ ବିଳାସପୂର୍ଣ୍ଣ ଆରାମଦାୟକ ଶ୍ରେଣୀର ପ୍ରିମିୟମ ଯାନ ମଧ୍ୟରେ ବିଶେଷ ଆଦୃତି ଲାଭ କରିପାରିଛି । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆକିତୋ ତାଚିବାନା କହିଲେ, ଟୟୋଟା ନିରନ୍ତର ଗ୍ରାହକଙ୍କ ଆବଶ୍ୟକତା ଓ ବିଶ୍ୱାସନୀୟତା ଜିଣି ପାରିଛି। ଭାରତର ଅର୍ଥନୀତି ବିକଶିତ ହେବାରେ ଲାଗିଛି ଏପରିସ୍ଥଳେ ଏହା ଏକ ସମ୍ଭାବନାମୟ ବଜାର ଭାବେ ଉଭା ହୋଇପାରିଛି । ଲୋକଙ୍କ ଆୟ ବଢ଼ିବାରୁ ସେମାନେ ବିଳାସପୂର୍ଣ୍ଣ ଯାନ ପ୍ରତି ଆକର୍ଷିତ ହେଉଛନ୍ତି । ଟୟୋଟା ନବୀନତମ ଉତ୍ପାଦ ଧାରା ବଜାୟୀ ରଖିବା ସହିତ ସୁରକ୍ଷା ବ୍ୟସ୍ଥାକୁ ଗୁରୁତ୍ୱ ପ୍ରଦାନ କରୁଛି।

ଏହି ନୂତନ ଉତ୍ପାଦ ମାଧ୍ୟରେ ଟୟୋଟା ଗ୍ରାହକଙ୍କ ନିକଟରେ ନିଜର ଲୋକପ୍ରିୟତା ପୁଣି ଜାହିର୍‌ କରିବାକୁ ସକ୍ଷମ ହୋଇପାରିବ। ୟାରିସ୍‌ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ। ଏଥିରେ ୭ ଏସ୍‌ଆର୍‌ଏସ୍‌ ଏୟାର ବ୍ୟାଗ୍‌, ପାୱାର ଡ୍ରାଇଭ୍‌ ସିଟ୍‌, ପାର୍କିଂ ସେନସର୍‌, ସମସ୍ତ ଡ୍ଵିଲ୍‌ ଡିସ୍କ୍‌ ବ୍ରେକ୍‌, ରୁଫ୍‌ ମାଉଣ୍ଟେଡ୍‌ ଏୟାର ଭେଣ୍ଟ, ଟିପିଏମ୍‌ଏସ୍‌, ୫ ତାରକା ସୁରକ୍ଷା ରେଟିଂ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ବୁକିଂ ୨୦୧୮ ଏପ୍ରିଲ୍‌ଠାରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର