ଟିସିଏସ୍ ବିରୋଧରେ ଆମେରିକାରେ ବର୍ଣ୍ଣ ବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ବିରୋଧରେ ଆମେରିକାର ‌ବର୍ଣ୍ଣ ବୈଷମ୍ୟ ଅଭିଯୋଗ ଆସିଛି। ଆମେରିକାରେ ଟିସିଏସ୍‌ରେ ଚାକିରି କରିଥିବା ବ୍ୟକ୍ତି ଯଦି ଦକ୍ଷିଣ ଏସିଆର ହୋଇ ନଥାନ୍ତି ତା‌ହେଲେ ଅନ୍ୟମାନଙ୍କ ତୁଳନାରେ ସେହି କର୍ମଚାରୀଙ୍କୁ କମ୍ପାନି ବିଦା କରିବାର ସମ୍ଭାବନା ୧୩ ଗୁଣ ଅଧିକ ରହିଛି। ଆମେରିକାରେ ଟିସିଏସ କମ୍ପାନିରୁ ଚାକିରି ହରାଇଥିବା କର୍ମଚାରୀମାନେ ଏହି ଅଭିଯୋଗ ଆଣିଛନ୍ତି। ଆସନ୍ତା ସୋମବାର କାଲିଫର୍ଣ୍ଣିଆ ଅଦାଲତରେ ଏହି ମାମଲାର ବିଚାର ହେବ। ତେବେ ଆମେରିକାରେ ଏଭଳି କୌଣସି ଭେଦଭାବ କାର୍ଯ୍ୟ ହୋଇନାହିଁ ବୋଲି ଟିସିଏସ କହିଛି। ଯେଉଁ ‌ଶ୍ବେତାଙ୍ଗ ଆମେରିକୀୟ ଏହି ଅଭିଯୋଗ ଆଣିଛନ୍ତି ତାଙ୍କୁ କମ୍ପାନି ଏହାର ଏକ ପ୍ରକଳ୍ପରୁ ବାହାର କରିବା ସହିତ କମ୍ପାନିରୁ ବିଦା କରିଥିଲା। କାର୍ଯ୍ୟରେ ଖରାପ ପ୍ରଦର୍ଶନ ପାଇଁ ଏହା କରାଯାଇଥିଲା।

ସମ୍ବନ୍ଧିତ ଖବର