ଟେକ୍ନୋ ପକ୍ଷରୁ କ୍ୟାମନ-ଆଇ୍ ସ୍କାଏ- ୩ ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ କ୍ୟାମନ୍-ଆଇ ସ୍କାଏ-୩ ସ୍ମାର୍ଟଫୋନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଯେ କୌଣସି ଆଲୋକରେ ଫଟୋ ଉଠାଇବାକୁ ସକ୍ଷମ ହେବ । ଏଥିରେ ଆଣ୍ଡ୍ରଏଡ୍-୯ ପାଇ, ୬.୨ ଇଞ୍ଚ ଡିସପ୍ଲେ ରହିଛି ।

ଏଥିରେ ୧୩ ମେଗାପିକ୍ସେଲ ସହିତ ୨ ମେଗା ପିକ୍ସେଲ କ୍ୟାମେରା ରହିଛି । ଏହା ସହିତ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି । ପଛ ଏଫ୍-୨.୦ ଆପରେଚର, ଏହାଦ୍ୱାରା କମ୍ ଆଲୋକରେ ମଧ୍ୟ ସହଜରେ ଫଟୋ ଉଠାଇ ହେବ । କ୍ୟାମନ୍-ଆଇ ସ୍କାଏ-୩ର ମୂଲ୍ୟ ୮,୫୯୯ ଟଙ୍କା ରହିଛି । ଏଥିରେ ୨.୦ ଜିଏଚଜେଡ୍,୬୪ ବିଟ୍ କ୍ୱାଡା-କୋର ପ୍ରୋସେସର, ୨ଜିବି ରାମ୍, ୩୨ ଜିବି ରମ୍ , ୨୫୬ ଜିବି ବର୍ଦ୍ଧିତ ମେମୋରୀ, ୩୫୦୦ ଏମଏଏଚ୍ ବ୍ୟାଟେରୀ ୧୨ ଘଣ୍ଟାର କଲିଂ, ୬.୫ ଘଣ୍ଟାର ୱେ୍ ବ୍ରାଉଜିଂ ଏବଂ ୯୮ ଘଣ୍ଟାର ମ୍ୟୁଜିକ୍ ବ୍ୟାଟେରୀ ଲାଇଫ୍ ଆଦି ସୁବିଧା ରହିଛି । ଏହା ଉପରେ ପ୍ରାରମ୍ଭିକ ଅଫର ‘୧୧୧’ ଉପଲବ୍ଧ ହେବ । ଯାହାକି ୧୦୦ଦିନ ମଧ୍ୟରେ ରିପ୍ଲେସ୍ ଗ୍ୟାରେଣ୍ଟି  ତଥା ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଣ୍ଟ ସୁବିଧା ତଥା ଏକ ମାସର ବର୍ଦ୍ଧିତ ୱାରେଣ୍ଟି ପ୍ରଦାନ କରିବ ।

ସମ୍ବନ୍ଧିତ ଖବର